ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ମନମୋହନ

ନୂଆଦିଲ୍ଲୀ : ଆଜି ପୁଣି କେନ୍ଦ୍ରରେ ଶାସନାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ...
Former PM Manmohan Singh with Kaushik Basu at the launch of the book changing India in Delhi on Tuesday. Express Photo by Prem Nath Pandey. 18.12.2018. *** Local Caption *** Former PM Manmohan Singh with Kaushik Basu at the launch of the book changing India in Delhi

ନୂଆଦିଲ୍ଲୀ : ଆଜି ପୁଣି କେନ୍ଦ୍ରରେ ଶାସନାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି । ସରକାର ହେଡଲାଇନ ମ୍ୟାନେଜମେଣ୍ଟ ଛାଡି ଆର୍ଥିକ ସଂସ୍କାର ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ଯେଉଁ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ତାହା ବେଶ ଚିନ୍ତାଜନକ । ଏଥିରୁ ମୁକୁଳିବାକୁ ଦେଶକୁ ବେଶ କିଛି ବର୍ଷ ଲାଗିଯିବ । ବର୍ତ୍ତମାନର ଢାଞ୍ଚାଗତ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାର ପରବର୍ତ୍ତି ପିଢିର ଆର୍ଥିକ ସଂସ୍କାର ଆରମ୍ଭ କରିଦେବା ଉଚିତ । ୬ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଜିଏସଟିକୁ ସରଳ କରିବା, କୃଷିର ପୁନରୁଦ୍ଧାର, ପୁଞ୍ଜି ସୃଷ୍ଟି, ଅଧିକ ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗର ସୁଧାର, ରପ୍ତାନି ବୃଦ୍ଧି ଓ ଭିତ୍ତିଭୂମିର ବିକାଶ ।

Spread the love
Categories
ଦେଶ-ବିଦେଶ

RELATED BY