ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମନମୋହନ ସାମଲ

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଆଡୁ ବିଫଳ କହିଲେ।

କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଆଡୁ ବିଫଳ’ । ନିର୍ବାଚନ ଇସ୍ତାହାର କରି କେବଳ ପ୍ରଚାର କରୁଛି ବିଜେଡି ।

ଜଳସେଚନ ପାଇଁ କୌଣସି ସୁବିଧା କରିନାହାନ୍ତି ରାଜ୍ୟ ସରକାର ।

ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର । ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ବନ୍ଦ ହେଲା, ଶୀତଳ ଭଣ୍ଡାର ନାହିଁ । ମହାନଦୀରେ ୭ଟି ବ୍ୟାରେଜ କରିବେ କହିଥିଲେ, ତାହା ବି କଲେନି ବୋଲି ସେ କହିଛନ୍ତି ।

ଆଳୁ, ପିଆଜ ମିଶନରେ ସରକାର ୨୫୦ କୋଟି ବରବାଦ କଲେ ବୋଲି ସେ କହିଛନ୍ତି । ଧାନ କିଣାରେ ହେରଫେର, କୃଷି ଯନ୍ତ୍ରାଂଶ ବିକ୍ରିରେ ବି ଅନିୟମିତତା । ରାଜ୍ୟରେ ଥିବା ସୂତା କଳ, ଚିନି କଳ କାର୍ଯ୍ୟକ୍ଷମ ନହୋଇ ବନ୍ଦ ହେଲା । ବିଜେପି ସରକାରକୁ ଆସିଲେ ୩୧୦୦ ଟଙ୍କାରେ ଧାନ କିଣିବ ବୋଲି ମନମୋହନ କହିଛନ୍ତି ।