ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ, “ସାମାନ୍ୟ ଜ୍ୱର ହେବା ପରେ ଆଜି କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ନିଜକୁ ନିରାପଦରେ ରଖିଛି। ବର୍ତ୍ତମାନ କୌଣସି ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ଆପଣଙ୍କର ସମସ୍ତଙ୍କର ଆଶୀର୍ବାଦ ପାଇବା ପରେ, ମୁଁ କାମକୁ ଫେରିବି।”
Prev Post