ଇମ୍ଫାଲ୍ : ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରବିବାର କହିଛନ୍ତି ଯେ ତାଙ୍କ ସରକାର ଜାରି ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୁଲାଇ ୧ରୁ ୧୫ଯାଏଁ ବଢ଼ାଯାଇଛି। ରାଜ୍ୟରେ ଏବେ ଯାଏଁ କରୋନା ଭାଇରସ୍ ସଂକ୍ରମଣର ୧,୦୯୨ମାମଲା ସାମନାକୁ ଆସି ସାରିଛି। ଆଗାମୀ ଜୁନ୍ ୩୦ରେ ଲକଡାଉନ୍ ହଟାଯିବାର ସମ୍ଭାବନା ପ୍ରକାଶ କରାଯାଉଥିଲା।
ସିଂହ ମଧ୍ୟ ଘୋଷଣା କରିଛନ୍ତି ଯେ ଆନ୍ତଃ ଜିଲ୍ଲା ବସ୍ ସଞ୍ଚାଳନ ଜୁଲାଇ ୧ରୁ ୧୫ ମଧ୍ୟରେ ଜାରି ରହିବ ଏବଂ ଏହି ସମୟରେ କୋଭିଡ-୧୯ ସମ୍ବନ୍ଧିତ ସମସ୍ତ ସୁରକ୍ଷା ନିୟମ ପାଳନ କରିବ। ଏହି ସମୟରେ ଅନ୍ୟ କୌଣସି ସାର୍ବଜନିକ ପରିବହନ ସଞ୍ଚାଳନର ଅନୁମତି ମିଳିବ ନାହିଁ।
ମଣିପୁର ବ୍ୟତୀତ ଏହା ପୂର୍ବରୁ ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଲକଡାଉନକୁ ବଢ଼ାଇ ଦିଆଯାଇଛି। ଝାଡ଼ଖଣ୍ଡରେ ଲକଡାଉନକୁ ଜୁଲାଇ ୩୧ଯାଏଁ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ କରୋନା ସହ ସଂଘର୍ଷରେ ଜନତାଙ୍କ ସହଯୋଗରେ ଏବେ ସୁଦ୍ଧା ରାଜ୍ୟ ସରକାରଙ୍କୁ ଅପେକ୍ଷିତ ସଫଳତା ମିଳିଛି,କିନ୍ତୁ ସଂଘର୍ଷ ଏବେ ବି ଜାରି ରହିଛି।