ମଣିପୁର ସରକାରଙ୍କ ଘୋଷଣା: ଶନିବାର ସ୍କୁଲ ବ୍ୟାଗ ନେବେ ନାହିଁ ପିଲା

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିକଟରେ କହିଥିଲେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଶନିବାର ଦିନ ସ୍କୁଲକୁ  ସ୍କୁଲ ବ୍ୟାଗ ନେଇ ନଆସନ୍ତୁ ।  ଜାତୀୟ ଗଣମାଧ୍ୟମର ଟୁଇଟ ଅନୁସାରେ ବିଶ୍ୱ ଦୃତଗତିରେ ପରିବର୍ତ୍ତନ ହେଉଛି । ତେଣୁ ଆମେ ପିଲାମାନଙ୍କୁ କିଛି ମାତ୍ରାରେ ସ୍ୱାଧୀନ ଦେବା ଦରକାର ଅଛି । ଏବାବଦରେ ମଣିପୁର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେବାର ଅଛି ବୋଲି ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଥିଲେ ।  

ଗତ ସପ୍ତାହରେ ମଣିପୁର ସରକାର ଘୋଷଣା କରିଥିଲେ ଯେ, ପ୍ରତି କାର୍ଯ୍ୟଦିବସ ଶନିବାର ‘ନୋ ସ୍କୁଲ ବ୍ୟାଗ ଡେ’ ଘୋଷଣା କରିଥିଲେ । ଏହା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ । ଶନିବାର ଦିନ ପିଲାମାନେ ସ୍କୁଲକୁ ବ୍ୟାଗ ଆଣିବେ ନାହିଁ । ଏହି ଦିନଗୁଡ଼ିକରେ ବିଦ୍ୟାଳୟରେ ଅନ୍ୟାନ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଅର୍ଥାତ ପାଠପଢ଼ା ବ୍ୟତୀତ ଖେଳକୁଦ ଓ ଅନ୍ୟ ବିଷୟରେ ଶିକ୍ଷା ଓ ତାଲିମ ଦିଆଯିବ ।