ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ବର : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ସିଆଇଡି ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡଜେନା, ପପିନ କୁମାର ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା। ସମସ୍ତେ ଖୋର୍ଦ୍ଧା ଜିଲା ନିରାକାରପୁର ପୁଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ନାମରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଭିଯୁକ୍ତମାନେ ମଙ୍ଗୁଳିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେ ଆହତ ହୋଇଥିଲେ। ଗତ ଏପ୍ରିଲ ୧୪ତାରିଖରେ ଅଭିଯୁକ୍ତମାନେ ମଙ୍ଗୁଳିଙ୍କୁ ସ୍କୁଟିରେ ଆସି ଗୁଳି କରି ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ମଙ୍ଗୁଳି ବିଜେପି ମଣ୍ଡଳ ସଭାପତି ଥିଲେ।