ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମରେ ତୁଟିଲା ମଙ୍ଗୁ ମଠ ବିବାଦ, ଶିଖ ପ୍ରତିନିଧି ଦଳଙ୍କ ରାଜ୍ୟ ସରକାରଙ୍କୁ ପ୍ରଶଂସା

ସୈନ୍ଦ୍ୟର୍ଯ୍ୟ କରଣ କାମକୁ ଶିଖ ପ୍ରତିନିଧି ଦଳଙ୍କ ସମର୍ଥନ ଓ ପ୍ରଶଂସା

ଭୁବନେଶ୍ୱର : ସଫଳ ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ । ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସାରେ ପୋତି ପକାଇଲେ ପଞ୍ଜାବର ଶିଖ ପ୍ରନିଧି ଦଳ । କେବେଳ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିନାହାନ୍ତି କି ଶ୍ରୀମନ୍ଦିର ଚାରିପଟେ ସୈନ୍ଦ୍ୟର୍ଯ୍ୟ କରଣ କାମକୁ ସମର୍ଥନ କରି ନାହାନ୍ତି ବଂର ଓଡିଶା ସହ ପଞ୍ଜାବ ର ସଂପର୍କ ଆହୁରୀ ମଜଭୁତ କରିଛି ବୋଲି କହିବା ସହ ଓଡିଶା ସହ ପଞ୍ଜାବର ସଂପର୍କ ନଖ ଓ ମାଂସର ସଂପର୍କ ବୋଲି କହିଛନ୍ତି । ଆଉ ଏହା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମରେ ସପଳ ହୋଇଛି ଓ ଜାତୀୟ ସ୍ତରରେ ରାଜ୍ୟ ସରକାରଙ୍କ ସୁନାମ ବଢିଛି ବୋଲି ଚାଲିଛି ଚର୍ଚ୍ଚା । ଏଥି ସହିତ ପ୍ରଣବଙ୍କ ଉଦ୍ୟମରେ ପୁରୀ ମଙ୍ଗୁ ମଠ ଭଙ୍ଗାକୁ ନେଇ ଶିଖ ମାନଙ୍କ ବିରୋଧ ଓ ବିବାଦର ଅନ୍ତ ଘଟିଛି ।

ପୁରୀଠାରେ ଥିବା ଶିଖ ମାନଙ୍କ ମଙ୍ଗୁ ମଠଭଙ୍ଗାକୁ ନେଇ ବିବାଦ ଥିଲା । ଏନେଇ ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କୁ ଭେଟିଥିଲେ । ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ  ଗୃହ ରାଷ୍ଟ୍ରମନ୍ତ୍ରୀ, ପୁର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତି ଥିଲେ ।  ତେବେ ଆଲୋଚନା ପରେ ମନରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଛି, ସବୁ କିଛି ଠିକ୍ ଠାକ୍ ବୋଲି ଗଣମାଧ୍ୟମକୁ କହିଛନ୍ତି ବିଧାୟକ ସମରଜିତ୍ ସିଂ। ମଙ୍ଗୁ ମଠର ର ସୈନ୍ଦର୍ଯ୍ୟ କରଣ କରାଯିବ । ଏହା ସହ ବଲି ମଠ ର ସୈନ୍ଦର୍ଯ୍ୟ କରଣ କରାଯିବ । ଗୁରୁନାନକଙ୍କ ମଠ ର ୧୨ଏକର ର ମଧ୍ୟ ସୈନ୍ଦର୍ଯ୍ୟ କରଣ କରାଯିବ । ଏହାକୁ ନେଇ ବହୁତ ଖୁସି ଅଛୁ ବୋଲି କହିଛନ୍ତି  ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏହା ଦ୍ଵାରା ଓଡିଶା ଓ ପଞ୍ଜାବ ମଧ୍ୟରେ ସମ୍ପର୍କ ସୃଦୁଢ ହେବ ।ବୋଲି କହିଛନ୍ତି ସମରଜିତ୍ ସିଂ । ଗୁରୁ ନାନକଙ୍କ ପ୍ରତି ଶିଖ ମାନଙ୍କର ଯେତିକି ଶ୍ରଦ୍ଧା ରହିଛି ତା ଓଡିଶା ସରକାରଙ୍କର ଓ ଲୋକଙ୍କର ବି ସେତିକି ଶ୍ରଦ୍ଧା ଅଛି ଓ ଏଥିପାିଁ ଓଡିଶା ବାସୀ ଓ ରାଜ୍ୟ ସରକାରଙ୍କୁ କୃତଗ୍ୟଂତା ଜଣାଇଥିଲେ ।

ପୁରୀର ସୌନ୍ଦଯ୍ୟକରଣ କରିବା ପାଇଁ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି l ଶ୍ରୀମନ୍ଦିର ଚାରିପାଖ 75 ମିଟର ଯାଏ ଉଛେଦ ପ୍ରକ୍ରିୟା କରି ପୁରୀକୁ ଏବେ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର l ହେଲେ ମଠ ଭାଙ୍ଗିବା ଯେଉଁ ବଡ ଚ୍ୟାଲେଜ ଥିଲା l ହେଲେ ସେମାନଙ୍କର 7 ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହ ଆଲୋଚନା କରିବା ପରେ ସମାଧାନ ରାସ୍ତା ବାହାରିଛି ।