ସ୍ୱାଭିମାନ ଅଞ୍ଚଳରେ କୃଷିମନ୍ତ୍ରୀ : ମାଣ୍ଡିଆ ମଣ୍ଡିର କଲେ ଉଦଘାଟନ

ମାଲକାନିଗିରି: ଜାତୀୟ କୃଷି ଦିବସ ଅବସରରେ ସୋମବାର ପ୍ରଥମ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ସ୍ଵାଭିମାନ ଅଞ୍ଚଳ ବଡପଡାର ବିଏସଏଫ କ୍ୟାମ୍ପଠାରେ ପହଞ୍ଚିଥିଲେ । ପରେ ଏଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ କୃଷିମନ୍ତ୍ରୀ ।

ସ୍ଵାଭିମାନ ଅଞ୍ଚଳର ବାସ କରୁଥିବା ଆଦିବାସୀଙ୍କ କୃଷିର ଉନ୍ନତି ପାଇଁ ପ୍ରଥମ କରି ଏକ ମାଣ୍ଡିଆ ମଣ୍ଡିର ଉଦ୍ଦଘାଟନ କରିବା ସହ ହଳଦୀ ଚାଷ ଜମିକୁ ମଧ୍ୟ ବୁଲିଥିଲେ ଅରୁଣ ସାହୁ । ଏହାସହ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଦିବାସୀ ପରମ୍ପରା ଅନୁଯାୟୀ ଫସଲ ଉତ୍ପାଦାନ କରି କୃଷିର ମାନ ବଢ଼ାଇ ଥିବା କୃଷକଙ୍କୁ ସମ୍ମାନିତ କରିଥିଲେ କୃଷିମନ୍ତ୍ରୀ ।

ଚଳିତ ବର୍ଷ ସ୍ଵାଭିମାନ ଅଞ୍ଚଳ ସହ ବିଛିନ୍ନାଞ୍ଚଳରେ ଲଘୁଚାପ ବର୍ଷା କାରଣରୁ ଫସଲ ନଷ୍ଟ ହୋଇଥିବା ଉପରେ ମନ୍ତ୍ରୀ ଅରୁଣ ସାହୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏକ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ କୃଷି ବିଭାଗର ଡାଇରେକ୍ଟର ଏମ.ମୁଥୁ କୁମାର, କେବିକେ କୋମିସନର ଏସ୍.ପି ଠାକୁର ଓ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଉପସ୍ତିତ ଥିଲେ ।