ଅର୍ଦ୍ଧ ନଗ୍ନ ନୃତ୍ୟ ଭିଡିଓ ଅପଲୋଡକୁ ନେଇ ବିବାଦରେ ମନ୍ଦନା

ମୁମ୍ବାଇ : ନିଜର ନଗ୍ନ ଫଟୋ ଅପଲୋଡ କରି ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତ୍ରୀ ମନ୍ଦନା କରୀମୀ ପୁଣି ଥରେ ବିବାଦକୁ ଆସିଛନ୍ତି । ଏଥର ବି ନିଜର ନ୍ୟୁଡ ଫଟୋ ଅପଲୋଡ କରି ବିବାଦକୁ ଆସିଛନ୍ତି ମନ୍ଦନା । ତାଙ୍କର ଏହି ନ୍ୟୁଡ ଫଟୋ ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି । ଅର୍ଧ ନଗ୍ନ ହୋଇ ନୃତ୍ୟ କରୁଥିବା ଭିଡିଓ ମନ୍ଦନା ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ସୋସିଆଲ ମିଡିଆରେ ମନ୍ଦନାଙ୍କ ଏହି ନ୍ୟୁଡ ଡ୍ୟାନ୍ସ ଭିଡିଓ ଦେଖି ଅନେକ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଭିଡିଓରେ ମନ୍ଦନା କଳାରଙ୍ଗର ଟପ୍ସ ଓ ହଟ ସର୍ଟ ପିନ୍ଦିଛନ୍ତି । କେବଳ ସେତିକି ନୁହେଁ ହାତରେ ସିଗାରେଟି ରହିଛି । ମନ୍ଦନାଙ୍କ ଏପରି ଶୈଳିରେ ନୃତ୍ୟକୁ ସୋସିଆଲ ମିଡିଆରେ ଲୋକେ ନା ପସନ୍ଦ କରିଛନ୍ତି । ନିଜ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିବା ମନ୍ଦନା ବିଗବସ ସିଜିନ ୯ରେ ନଜର ଆସିଥିଲେ । ହେଲେ ତା ପରଠୁ ତାଙ୍କ ନ୍ୟୁଡ ଫଟୋ ଓ ଭିଡିଓକୁ ନେଇ ସେ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।

ରଣବୀର ପ୍ରତାରକ ! ମୁଁ ଗର୍ଭବତୀ ନାହିଁ କି ଏବେ ବାହା ହେବିନି- ଦୀପିକା