ମାନସ ମଙ୍ଗରାଜ ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କଲେ

ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’କୁ ସଫଳତାର ସହ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଗସ୍ତ କରିଥିଲେ । ବିଭାଗ ତରଫରୁ ତାଙ୍କୁ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ସ୍ୱାଗତ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’କୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ନିଜେ ଯତ୍ନବାନ ହେବା ସହ ସେମାନଙ୍କ ସହଯୋଗ କାମନା କରିଥିଲେ ।

ସୂଚନାଯୋଗ୍ୟ ଯେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି । ଏହାସହ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ।