ବିଜେପି ପଦଯାତ୍ରାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ଭୁବନେଶ୍ୱର : ନୟାଗଡରେ ବିଜେପିର ପରୀ ପଦଯାତ୍ରାରେ ନନ୍ଦିଘୋଷ ଡିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପତିକ୍ରିୟା ରଖିଛନ୍ତି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କାର୍ଯ୍ୟରତ ଗମଣାଧ୍ୟ ପ୍ରତିନିଧିଙ୍କ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିବା ସହ ଅଭୁଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ସେ ଟୁଇଟ କରି କହିଛନ୍ତି । ବିଜେପିର ଏଭଳି ଗୁଣ୍ଡାଗିରିକୁ ସେ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।

ସେହିପରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଯଦୁପୁରରେ ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗିରିକୁ ନାପସନ୍ଦ କରିଛନ୍ତି। ପରୀ ହତ୍ୟାର ସତ ପଦାକୁ ଆସିଥିବା ବେଳେ ବିଜେପିର ମିଛ ଏବେ ଧଡାପଡିଛି ବୋଲି ସେ  କହିଛନ୍ତି।

manas mangaraj on bjp workers attack to journalists at nayagada pari padayatra

ଗତକାଲି ନୟାଗଡରେ ବିଜେପିର ପରୀ ପଦଯାତ୍ରା ସମୟରେ ନନ୍ଦିଘୋଷ ଟିଭି ପ୍ରତିନିଧି ଅନୁଜ ଦାସ, ପ୍ରଦୀପ ପ୍ରଧାନ ଓ କ୍ୟାମେରା ପର୍ସନ ବିଷ୍ଣୁ ତରାସିଆଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ‌ଅଭିଯୋଗ ହୋଇଛି । ଘଟଣାକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯିବା ସହ ଅଭିଯୁକ୍ତଅଭିଯୁକ୍ତଙ୍କ ବିରୋଧରେ କଡା କାଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି  ।