ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ୱର : ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାର ଉପଦେଷ୍ଟା ପଦବୀ ସୃଷ୍ଟି କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କୁ ଏହି ପଦବୀରେ ଆଜି ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ଏବଂ ଲୋକସମ୍ପର୍କ ନେଇ ସେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ କାର‌୍ୟ୍ୟ କରିବେ ।

ଗଣମାଧ୍ୟମ ସମ୍ବନ୍ଧରେ ମାନସ ମଙ୍ଗରାଜଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ରାଜନୀତିକୁ ଆସିବା ପୂର୍ବରୁ ସେ ସାମ୍ବାଦିକତା କରୁଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ତାଙ୍କର ସୁନାମ ରହିଛି । ପୂର୍ବରୁ ବିଜେଡ଼ିରେ ତାଙ୍କୁ ଗଣମାଧ୍ୟମ ଦାୟିତ୍ୱ ସହ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ କାର‌୍ୟ୍ୟଦକ୍ଷତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ସରକାରୀ ଭାବେ ଉପଦେଷ୍ଟା ପଦବୀରେ ନିଯୁକ୍ତି ଦେଇଛନ୍ତି।