ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ମିଳିଲା ସାମ୍ବାଦିକଙ୍କ କଲ୍ୟାଣ ଦାୟୀତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ଦାୟୀତ୍ୱ ଆହୁରି ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏଣିକି ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାଦା କାର୍ଯ୍ୟ ସହ ମାନସ ମଙ୍ଗରାଜ ରାଜ୍ୟର ସାମ୍ବାଦିକ ମାନଙ୍କ କଲ୍ୟାଣ କଥା ବୁଝିବା ସହ ଗଣମାଧ୍ୟକୁ ( ପ୍ରିଣ୍ଟ ଓ ଇଲୋକଟ୍ରୋନ୍ସିକ ) ଦିଆଯାଉଥିବା ବିଜ୍ଞାପନ କଥା ମଧ୍ୟ ବୁଝିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁ ଦାୟୀତ୍ୱ ଦେଇଛନ୍ତି । ଏନେଇ ଶନିବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟରେ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବେ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ବିଚାର କରାଯାଇଥିବା କୁହାଯାଉଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।

କେବଳ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ନୁହେଁ, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶ ରହିବ । ଅର୍ଥାତ ତାଙ୍କ ପରାମର୍ଶରେ ବିଜ୍ଞାପନ ଆବଣ୍ଟନ ନିଷ୍ପତ୍ତି ନିଆଯିବ । ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତିନାମାରେ କୁହାଯାଇଛି । ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ଶ୍ରୀ ମଙ୍ଗରାଜ ନିଜର ମୂଳ ଦାୟିତ୍ୱ ଏହି ଦାୟିତ୍ୱକୁ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ ।

ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଏହି ପଦବୀ ସହ ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ମାତ୍ର ଦୁଇମାସ ହେଲା ଦାୟିତ୍ୱ ନେଇଥିଲେ ମଧ୍ୟ ଫାଇଭ-ଟିକୁ କିପରି ବିଭାଗରେ କାର୍ଯ୍ୟକାରୀ କରିହେବ ଓ ଲୋକଙ୍କ ପାଖରେ ସରକାରଙ୍କ ସବୁ ସୂଚନା  ଠିକରେ  ପହଁଚି ପାରିବେ ସେନେଇ ସେ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବେଶ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି ।

ସାମ୍ବାଦିକତା ବୃତ୍ତିକୁ ଅତି ନିକଟରୁ ଦେଖିଛନ୍ତି । ଜଣେ ସଫଳ ସମ୍ବାଦିକ ଭାବେ ସେ କେବଳ ପ୍ରତିଷ୍ଠା ଅର୍ଜନ କରି ନାହାନ୍ତି ବରଂ ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକଙ୍କ ସହ ତାଙ୍କର ଭଲ ସଂପର୍କ ଅଛି । ତେଣୁ ତାଙ୍କ ପରି ଜଣେ ଦକ୍ଷ ସାମ୍ବାଦିକଙ୍କୁ ଏହି ଦାୟୀତ୍ୱ ମିଳିଥିବାରୁ ସାରା ରାଜ୍ୟର ସାମ୍ବାଦିକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସେ ସଫଳ ହେବେ ବୋଲି ସାମ୍ବାଦିକମହଲରେ ଆଶା ସଂଚାର ହୋଇଛି ।