ସ୍ତ୍ରୀକୁ କାନ୍ଧରେ ବୋହି ସ୍ୱାମୀ ଚାଲି ଚାଲି ଡାକ୍ତଖାନାରେ ପହଁଚିଲା, ହଲେ ବଞ୍ଚିପାରିଲାନି ପତ୍ନୀ

ହାଇଦ୍ରାବାଦ : ଜଣେ ସ୍ୱାମୀ ତାର ସ୍ତ୍ରୀକୁ କାନ୍ଧରେ ବୋହି ଚାଲି ଚାଲି ନଦୀପାର ହୋଇ ଡାକ୍ତଖାନାକୁ ନେବା ଘଟଣା ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତିନି କିଲୋମିଟର ଚାଲି ଚାଲି ଯେତବେଳେ ଡାକ୍ତର ଖାନାରେ ପହଁଚି ଥିଲା ସେ ଭାବିଥିଲା ତାର ସ୍ଥୀ ବଞ୍ଚିଯିବ, ହେଲେ ତାହା ହେଲାନି ଡାକ୍ତର ସ୍ତ୍ରୀକୁ ମୃତ ଘୋଷଣା କଲେ । ଏମିତି ଘଟଣା ଘଟିଛି ତେଲେଙ୍ଗାନାର କୁମାର୍ମ ଭୀମ ଆସଫାବାଦ ଜିଲ୍ଲାରେ ।

ବିଷ ପିଇଥିବା ପତ୍ନୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ କାନ୍ଧରେ ବୋହି ଜଣେ ଆଦିବାସୀ ଲୋକ ସୋମବାର ଦିନ ତିନି କିଲୋମିଟର୍‌ରୁ ଅଧିକ ବାଟ ଧାଇଁ ଥିଲେ। ଘଟନାଟି ତେଲେଙ୍ଗାନାର କୁମାରମ୍‌ ଭୀମ ଆସଫାବାଦ ଜିଲ୍ଲାରେ ଘଟିଛି। ୩୦ ବର୍ଷୀୟ ପତ୍ନୀ ପୁଷ୍ପଲତାଙ୍କୁ ୩୫ ବର୍ଷିୟ ସ୍ୱାମୀ ରାଥୋଡ୍‌ ରାମ୍‌ ବଞ୍ଚାଇବାରେ ସଫଳ ହୋଇ ନ ଥିଲେ।

ନାର୍‌ନୂର ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଉକ୍ତ ମହିଳାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ। ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ରାମ ପତ୍ନୀଙ୍କୁ କାନ୍ଧରେ ବୋହି ଆପ୍ରୋଚ୍‌ ରୋଡ୍‌ରେ ପହଞ୍ଚିବାକୁ ଝରଣା ପାରି ହେଉଥିବାର ଦୃଶ୍ୟାବଳୀ ସମ୍ପନ୍ନ ଚିତ୍ର ସବୁ ମଙ୍ଗଳବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।