ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସବୁଠାରୁ ରୋଚକ କଥା ହେଉଛି ପୋଲିସ ଅଭିଯୁକ୍ତକୁ ଗାଡି ଚୋରି କରୁଥିବା ବେଳେ ଧରିବା ସମୟରେ ଏହି ବ୍ୟକ୍ତି ହିଁ ଧମକ ଦେଇଥିବା ଜଣାପଡିଥିଲା । ଅଭିଯୁକ୍ତଜଣଙ୍କ ଜ୍ୟାକି ବିଶ୍ରାଇ ହୋଇଥିବା ଜଣାପଡିଛି ।

ଅଭିଯୁକ୍ତ ଜ୍ୟାକି ବିଶ୍ରାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା । ଯେଉଁଥିରେ ସେ କହିଥିଲେ ଯେ, ସଲମାନଙ୍କୁ କୋର୍ଟ କାହିଁକି ଦଣ୍ଡ ଦେବେ ମୁଁ ତାଙ୍କ ଜୀବନ ନେବି । ତାଙ୍କୁ ଦଣ୍ଡ ଦେବି । ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କୃଷ୍ଣସାର ମୃଗ ଶିକାରକୁ ନେଇ ସେ ଏହି ଧମକ ଦେଇଥିବା ଜଣାପଡିଥିଲା । ତେବେ ଅଭିଯୁକ୍ତଜଣଙ୍କ କେବଳ ନିଜର ପବ୍ଲିସିଟି ପାଇଁ ଏପରି କରିଥିବା ପୋଲିସ କହିଛି ।

ପୋଲିସ ଦୁଇ ଅଭିଯୁକ୍ତଙ୍କୁ ସନ୍ଦେହ କରି ଦୁଇଦିନ ତଳେ ଅଟକ ରଖିଥିଲା । ସେ ଦୁହେଁ ଏକ ଦାମୀ କାରରେ ବସିଥିଲେ । ପରେ ଏହା ଏକ ଚୋରି କାର ହୋଇଥିବା ଜଣାପଡିଥିଲା । ସେମାନଙ୍କୁ ଧରିବା ପରେ ଜମେ ଜ୍ୟାକି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।