ପୁଅ-ଝିଅକୁ କଲେ ଗୁଳି, ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବାପା

ନୂଆଦିଲ୍ଲୀ: ଜଣେ ବାପା ତାର ନିଜ ପୁଅ ଓ ଝିଅକୁ ଗୁଳି କରିବା ପରେ ନିଜେ ଯାଇ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମାତ୍ର ଏହି ଘଟଣାକୁ ବର୍ତି ଯାଇଛନ୍ତି ପତ୍ନୀ । କାରଣ ସେ ଘରେ ନ ଥିବାରୁ ସେ ବଂଚିଯାଇଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ଦିଲ୍ଲୀରେ । ଉକ୍ତ ବ୍ୟକ୍ତି ଜଣଙ୍କ ମାନସିକ ଚାପରେ ଥ୍‌ôବା କାରଣରୁ ଏଭଳି ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

୪୪ ବର୍ଷିଅ ବ୍ୟକ୍ତିର ନାମ ମଧୁର ମଲାନୀ । ସେ ଦିଲଶାଦ ଗାର୍ଡେନରେ ପରିବାର ସହ ରହୁଥିଲା । ରବିବାର ସେ ନିଜର ୧୪ ବର୍ଷର ଝିଅ ଓ ୬ ବର୍ଷର ପୁଅକୁ ଗୁଳି କରି ହତ୍ୟା କରିବା ପରେ ମେଟ୍ରେ ଟ୍ରେନ ଆଗକୁ ଡେଇଁଛି । ଝିଅ ୭ମ ଶ୍ରେଣୀରେ ପଢୁଥିଲା ବେଳେ ପୁଅ ଥିଲା ପ୍ରଥମ ଶ୍ରେଣୀର ଛାତ୍ର । ପୋଲିସ କହିଛି, ଘଟଣା ସମୟରେ ସ୍ତ୍ରୀ ଘରେ ନ ଥିଲେ ବୋଲି ସେ ବଂଚିଯାଇଛନ୍ତି ।

ମଧୁର ମଲାନୀ ପୁଅ-ଝିଅଙ୍କୁ ହତ୍ୟା କରିବା ପରେ ସନ୍ଧ୍ୟା ୫ଟା ୪୭ ମିନିଟରେ ଦିଲ୍ଲୀ ମୋଟ୍ରୋ ଟ୍ରେନର ୟେଲୋ ଲାଇନସ୍ଥିତ ହାଇଦରପୁର ବାଦଳୀ ବୁଲାଣୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ମୃତକଙ୍କ ପାଖରୁ କୌଣସି ଆତ୍ମହତ୍ୟା ଜନିତ ନୋଟ ଉଦ୍ଧାର ହୋଇ ନାହିଁ । ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପରେ କିଛି ଘଂଟା ଧରି ମେଟ୍ରୋ ଟ୍ରେନ ଗମନାଗମନରେ ଅସୁବିଧା ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।