ବିଭାହର ତିନି ମାସରେ ଦୁଇଥର ବୋହୁକୁ ଦୁଷ୍କର୍ମ କଲା ଶଶୂର ,କଣ କଲେ ପୁଅ ବୋହୁ ?

ଭୋପାଳ : ଶଶୁର ବାପା ସମାନ । ବୋହୁକୁ ନିଜ ଝିଅ ଭଳି ଦେଖିବା କଥା । ହେଲେ ଶଶୁର ଯଦି ବୋହୁକୁ ଖରାପ ନଜରେ ଦେଖେ ଦେବେ ଶଶୁର ପାଖରେ କେମିତି ଚଳିବ ବୋହୁ । ଆଉ ଯଦି ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥାଏ ତେବେ କଥା ସରିଲା । ସେମିତି ଏକ ଅଭିଯୋଗ ଆସିଛି ଭୋପାଳରୁ । ବାହା ଘରର ୩ ସାସ ଭିତରେ ଶଶୁର ନବବିଭାହିତା ନିଜ ବୋହୁଙ୍କୁ ୨ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଝିଅ ଭଳି ଯିଏ ବୋହୁକୁ ସୁରକ୍ଷା ଦେବା କଥା ସିଏ ଯେତେବେଲେ ଦୁଇ ଦୁଇଥର ଦୁଷ୍କର୍ମ କରୁଛି ସେଥିରେ ବୋହୁ ଶେଷରେ ନିଜ ବାପ ଘରର ସହାୟତା ନେଇ ଅଭିଯୋଗ କରିଛି । ସ୍ୱାମୀଙ୍କ ମାନସିକ ଶ୍ଥିତି ଠିକ ନଥିବାର ଫାଇଦା ନେଇ ବୋହୁ ପ୍ରତି ଏମିତି ଘୁନ୍ୟ କାମ କରିଛି ଶଶୁର ବୋଲି ଜଣା ପଡିଛି ।
ଭୋପାଳର ପ୍ରଫେସର କଲୋନିର ୬୩ ବର୍ଷ ବୟସ୍ଖ ଅବସରପ୍ରାପ୍ତ କିରାଣୀଙ୍କ ପୁଅକୁ ପୀଡିତାଙ୍କ ବାହାଘର ଗତ ଏପ୍ରିଲ ୨୫ ତାରିଖରେ ହୋିଥିଲା । ।ଉ ବାହାଘର ସାରି ଗୃହ ପ୍ରବେଶ ଦିନ ଠୁ ହିଁ ବୋହୁ ଉପରେ ଖରାପ ନଜର ପକାଇଥିଲେ ଶଶୁର । ବୋହୁ ପ୍ରତି ଅସଦାଚରଣ କରିବା ଆରମ୍ଭ କରିଥିଲେ । ହେଲେ ନୂଆ ବୋହୁ କିଛି କହିପାରିନଥିଲେ । ହେଲେ ମାସକ ପରେ ମେ ୧୨ ତାରିଖରେ ଘରେ କେହି ନଥିବାର ସୁଯୋଗ ନେଇ ଶ୍ୱଶୁର ତାଙ୍କ ସହ ପ୍ରଥମେ ଦୁଷ୍କର୍ମ କଲେ ବୋଲି ଅଭିଯୋଗ ।ଣିଛନ୍ତି ପୀଡିତା ନବବଧୂ । ଏ ସଂପର୍କରେ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ହେଲେ ନିଜ ବୋହୁ ଉପରେ କାମୁକ ନଜର ରଖିଥିବା ଶୂଶୁର ପୁଣଇ ଥରେ ଜୁଲାଇ ୨୫ରେ ବୋହୁକୁ ପୁଣଇ ଥରେ ଜବରଦସ୍ତ ଦୁଷ୍କର୍ମ କଲେ । ହେଲେ ନିଜ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ନିଜ ବାପ ଘର ସହାୟତାରେ ପୋଲିସରେ ଅଭିଯୋଗ କରିଛନ୍ତି ବୋହୁ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶଶୂରକୁ ଗିରଫ କରିଛି ।