ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା...

ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଛି ବୋଲି ଆଲିଗଡ଼ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ତାଙ୍କ  ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ  ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ହେଲେ ସେ ଏହାକୁ ବିରୋଧ କରିଥିଲେ। ଏହା ପରେ ମନପାଲ ତାଙ୍କ ସ୍ତ୍ରୀକୁ ବୁଝାଇ ସୁଝାଇ ନଦୀ ପାଖକୁ ବୁଲାଇ ନେଇଥିଲା। ସେଠାରେ ସେ ତାଙ୍କ ସ୍ତ୍ରୀଙ୍କୁ  ନଦୀକୁ ଠେଲି ଦେଇଥିଲା ଓ ପରେ ତାକୁ ପାଣିରେ ବୁଡ଼ାଇ ମାରି ଦେଇଥିଲା। ତେବେ ସେମାନଙ୍କ ପୁଅ ଏହା ଦେଖି ପାରିଥିଲା ଓ ଚିତ୍କାର କରିଥିଲା। କିନ୍ତୁ ମନପାଲର ଧମକରେ ସେ ଚୁପ୍ ହୋଇଯାଇଥିଲା। କାହାକୁ ଏହି ଘଟଣା ବାବଦରେ କହିଲେ ମାରି ଦେବ ବୋଲି କହି ସେ ତା ପୁଅକୁ ଧମକ ଦେଇଥିଲା।

ମୃତ ମହିଳାଙ୍କ ଭାଇ ରାଜେଶ କୁମାର ଦଡ଼ନ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମନପାଲ ଓ ତାନ୍ତ୍ରିକକୁ ବଦାୟୁନ ଜିଲ୍ଲାରୁ ଗିରଫ କରିଛି। ନଦୀରେ ମହିଳାଙ୍କୁ ଠେଲି ମାରିଦେବା ପରେ ମନପାଲ ଓ ତାନ୍ତ୍ରିକ ଦୁର୍ଗାଦାସ ନଦୀ ପାରି ହୋଇ ପଡ଼ୋଶୀ ବଦାୟୁନ ଜିଲ୍ଲାକୁ ପଳାଇଥିଲେ।

ରାଜେଶ କୁମାର କହିଛନ୍ତି ଯେ ତାଙ୍କ ଭଉଣୀ ଦୁଇ ଦିନ ତଳେ ମନପାଲ ବାବଦରେ ସବୁ କଥା ତାଙ୍କୁ କହିଥିଲେ। ହେଲେ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ।

ପୁଲିସ୍‌ ମହିଳାଙ୍କ ଶବକୁ ନଦୀରୁ ଜବତ କରଛି। ତାନ୍ତ୍ରିକ ଦୁର୍ଗାଦାସ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଓ ଗତବର୍ଷ ତା’ ପାଖରୁ ନିଶାଦ୍ରବ୍ୟ  ହେରୋଇନ ଜବତ ହୋଇଥିବା ପୁଲିସ୍‌ କହିଛି।

Spread the love
Categories
କ୍ରାଇମ

RELATED BY