ମମତାଙ୍କ ଦାଦାଗିରି

କୋଲକାତା: ୨୦୧୯ ଲୋକସଭା ନିର୍ବାଚନ ସରିଥିଲେ ବି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟି ନାହିଁ । ଏବେ ପୁଣି ଏକ ଚମକପ୍ରଦ ଖବର ମିଳିଛି। ତାହା ହେଲା କି ନିଜେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପିର ଏକ ପାର୍ଟି କାର୍ଯ୍ୟାଳୟକୁ ଯାଇ ତାହାର ତାଲା ଖୋଲି ସେଥିରେ ନିଜେ ତୃଣମୂଳ କଂଗ୍ରେସର ଚିହ୍ନ ଆଙ୍କିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଉତ୍ତର ୨୪ ପରଗନା ଜିଲ୍ଲାରେ ମମତା ବାନାର୍ଜୀ ବିଜେପି କାର୍ଯ୍ୟାଳୟ ପହଂଚି ସେଠାରେ ତାଲା ଖୋଲିଛନ୍ତି ଏବଂ ନିଜେ ତୃଣମୂଳ କଂଗ୍ରେସର ସଙ୍କେତ ଆଙ୍କିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କ କାର୍ଯ୍ୟାଳୟ ଉପରେ କବଜା କରିଛି । ଏଣୁ ସେ ତାର ପ୍ରତିବାଦରେ ଏହା କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବିଜେପି ଜୟ ଶ୍ରୀରାମ ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ମମତାଙ୍କ ନିବାସକୁ ପଠାଇବା ପାଇଁ କହିଥିଲା । ତାପରେ ମମତା ନିଜର କର୍ମୀମାନଙ୍କୁ ଫୋନ୍ ରିସିଭ୍ କରିବା ବେଳେ ଜୟ ବାଙ୍ଗଲା ବୋଲି କହିବାକୁ ନିର୍ଦ୍ଦେଶ ଦେଇଥିଲେ।