ଟଙ୍କା ନାହିଁତ ଅଣ୍ଟା ହଲିବନି,ମଲାଇକାଙ୍କ ଉପରେ ରାହିଲେ ପ୍ରସଂଶକ

ବଲିଉଡ୍ ଅଭିନେତ୍ରୀ ମଲ୍ଲାଇକା ଆରୋଡ଼ାଙ୍କ ଉପରେ ବୋଧହୁଏ ଏବେ ଭାଗ୍ୟଦେବୀ ପ୍ରସନ୍ନ ନାହାନ୍ତି । ଏଇ କିଛି ମାସ ହେବ ତାଙ୍କ ସହ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । ଏ ଅଘଟଣର କାରଣ ହେଉଛି ତାଙ୍କ ବ୍ୟବହାର । ଏବେ ମଲ୍ଲାଇକା ଏଭଳି ରୁକ୍ଷ ବ୍ୟବହାର ଦେଖାଉଛନ୍ତି ଯେଉଁଥିପାଇଁ ଫ୍ୟାନ୍ମାନେ ତାଙ୍କ ଉପରେ ଖପ୍ପା ହେଲେଣି । କିଛିଦିନ ତଳେ ସ୍ୱିମ୍ ଶୁଟ୍ ପିନ୍ଧା ଫଟୋକୁ ନେଇ ସମାଲୋଚନାର ଶିକାର ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଘଟଣାରୁ ପ୍ରକାଶ, ମଲ୍ଲାଇକାଙ୍କୁ ଏକ ଫ୍ୟାଶନ୍ ଇଭେ ରେ ଯୋଗଦେବାକୁ ଅଷ୍ଟ୍ରେଲିଆ ଯିବାର ଥିଲା । ସେଠାରେ ଏକ ଡ୍ୟାନ୍ସ ନମ୍ବର ପରଫର୍ମ କରିଥାନ୍ତେ । ସବୁକିଛି ଠିକ୍ ଠାକ୍ ଥିଲ । ତାଙ୍କ ନୃତ୍ୟ ଦେଖିବାକୁ ପ୍ରଶଂସକ ଚାତକ ପରି ଚାହିଁ ରହିଥିଲେ । କିନ୍ତୁ ଶେଷ ମୁହର୍ତରେ ମଲ୍ଲାଇକା ଅଷ୍ଟ୍ରେଲିଆ ଯିବା ରଦ୍ଦ କଲେ । ଖବର ନେବାରୁ ଜଣାପଡ଼ିଲା, ଇଭେଣ୍ଟ ଯୋଗଦେବା ପୂର୍ବରୁ ଅର୍ଗାନାଇଜର୍ ତାଙ୍କୁ ସବୁ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ମଲ୍ଲାଇକାଙ୍କୁ ପୂରା ଅର୍ଥ ମିଳିନଥିଲା । ତେଣୁ ସେ ରାଗରେ ଅଷ୍ଟ୍ରେଲିଆ ଯିବା ରଦ୍ଦ କରିଦେଲେ । ମଲ୍ଲାଇକାଙ୍କର ଏହି ବ୍ୟବହାର ପ୍ରଶଂସକଙ୍କୁ ପୁଣିଥରେ ଆଘାତ ପହଞ୍ଚାଇଛି । ତେଣୁ ସେମାନେ ମଲ୍ଲାଇକାଙ୍କ ଉପରେ ରାଗିକି ଖପ୍ପା ହୋଇଛନ୍ତି । ଏବେ ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏମିତିକି ଫ୍ୟାନ୍ମାନେ ମଲ୍ଲାଇକାଙ୍କୁ ଏଭଳି ବ୍ୟବହାର ପାଇଁ ନାସ୍ତିବାଣୀ ଶୁଣାଇ କମେଣ୍ଟ ଦେଉଛନ୍ତ ।