ବାରଙ୍ଗ: ଶୁକ୍ରବାର ଦିନ ବାରଙ୍ଗସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୋଟିଏ ଅଣ୍ଡିରା ତାମାରିନ୍ ମାଙ୍କଡ଼ର ମୃତ୍ୟୁ ଘଟିଛି। ସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେଣ୍ଟାଇନ୍ରେ ରହୁଥିଲା। ତା’ର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଗତବର୍ଷ ତାକୁ ମଦୁରାଇରୁ ଅଣାଯାଇଥିଲା। ପ୍ରାୟ ୬ ମାସ ତଳେ ପ୍ରାଣୀ ଉଦ୍ୟାନରୁ ଖସି ପଳାଇଥିଲା। ବହୁ କଷ୍ଟରେ ଧରାଯିବା ପରେ ତାକୁ ପୁଣି ପ୍ରାଣୀ ଉ୍ୟାନରେ ରଖାଯାଇଥିଲା। ଏବେ ନନ୍ଦନକାନନରେ ଆଉ ଗୋଟିଏ ମାତ୍ର ମାଈ ତାମାରିନ୍ ମାଙ୍କଡ଼ ଅଛି।