ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୁରଜ

ଭୁବନେଶ୍ୱର: ନନ୍ଦନକାନନରେ ୧୬ ବର୍ଷୀୟ କଲରାପତରିଆ ବାଘ ସୁରଜର ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ୧୧ଟାରେ ତାର ମୃତ୍ୟୁ ଘଟିଥିବା ନନ୍ଦନକାନନ ପକ୍ଷରୁ କୁହାଯାଇଛି । ସୁରଜ ପାଖାପାଖି ଦେଢମାସ ହେବ ବ୍ଲଡ୍ ପ୍ରୋଟଜନ୍ ରୋଗରେ ପୀଡିତ ଥିଲା ।

ତାର ଚିକିତ୍ସା ଚାଲିଥିବାବେଳେ ଗତକାଲି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇପଡିଥିଲା । ପରେ ରାତି ୧୧ଟାରେ ତାର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଆଜି ପୋଷ୍ଟମର୍ଟମ ହେବା ପରେ ଜଣାପଡିବ ବୋଲି କୁହାଯାଇଛି ।

କଲରାପତରିଆ ବାଘ ସୁରଜକୁ ୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଂଚଳରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା । ସେତେବେଳେ ସୁରଜକୁ ୩ରୁ୪ ମାସ ହୋଇଥିଲା । ତେବେ ସୁରଜର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ସଂଖ୍ୟା ୫ରେ ପହଂଚିଛି । ସୂଚନାଥାଉକି, କଲରାପତିଆଙ୍କ ଜୀବନକାଳ ୧୨ରୁ ୧୭ ବର୍ଷ ହୋଇଥାଏ ।