ମାଲଦ୍ୱୀପରେ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ମୋଦୀ

ନୂଆଦିଲ୍ଲୀ: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ବିଦେଶ ଗସ୍ତରେ ନରେନ୍ଦ୍ର ମୋଦୀ ମାଳଦ୍ଵୀପ ପହଞ୍ଚିଛନ୍ତି। କେରଳର କୋଚିରୁ ସେ ମାଳଦ୍ଵୀପର ମାଲେ ବିମାନବନ୍ଦରରେ ପହଞ୍ଚିଛନ୍ତି।  ବିମାନ ବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଗସ୍ତ ସମୟରେ...

ନୂଆଦିଲ୍ଲୀ: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ବିଦେଶ ଗସ୍ତରେ ନରେନ୍ଦ୍ର ମୋଦୀ ମାଳଦ୍ଵୀପ ପହଞ୍ଚିଛନ୍ତି। କେରଳର କୋଚିରୁ ସେ ମାଳଦ୍ଵୀପର ମାଲେ ବିମାନବନ୍ଦରରେ ପହଞ୍ଚିଛନ୍ତି।  ବିମାନ ବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଗସ୍ତ ସମୟରେ ମାଳଦ୍ଵୀପରେ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦୀନ’ରେ ସମ୍ମାନିତ କରାଯିବ। ଏହା ପୂର୍ବରୁ ପିଏମ ମୋଦୀ କେରଳର ତ୍ରିସୂରରେ ବିଜେପି କାର୍ୟ୍ୟ କର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ପିଏମ ମୋଦୀ ଏଠାରେ ପ୍ରସିଦ୍ଧ ଗୁରୁଓ୍ଵାୟୁର ମନ୍ଦିରରେ ବିଶେଷ ପୂଜା ମଧ୍ୟ କରିଛନ୍ତି।

ମାଳଦ୍ଵୀପ ପରେ ପିଏମ ମୋଦୀ ରବିବାର ଶ୍ରୀଲଙ୍କା ଗସ୍ତ କରିବେ। ଏହା ପୂର୍ବରୁ ମୋଦୀ କହିଛନ୍ତି ଯେ, ତାଙ୍କର ମାଳଦ୍ଵୀପ ଓ ଶ୍ରୀଲଙ୍କା ଗସ୍ତ କରିବା ପୋଡୋଶୀ ପ୍ରଥମେ ନୀତିକୁ ଦର୍ଶାଉଛି। ଏହି ବିଦେଶ ଯାତ୍ରା ଦୁଇ ସମୁଦ୍ରୀ ଦେଶ ସହିତ ଭାରତର ଦ୍ଵିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବ। ମାଳଦ୍ଵୀପର ବୈଦେଶିକ ମନ୍ତ୍ରୀ ସାହିଦ ଟ୍ଵିଟରରେ କହିଛନ୍ତି ଯେ, ମାଳଦ୍ଵୀପର ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲିହ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦୀନ’ରେ ସମ୍ମାନିତ କରିବେ। ସାହିଦ ନିଜର ଟ୍ଵିଟରରେ ନମସ୍କାର ଓ ସ୍ଵାଗତମ ଶବ୍ଦର ମଧ୍ୟ ପ୍ରୟୋଗ କରିଥିଲେ।

Spread the love
Categories
ଦେଶ-ବିଦେଶ

RELATED BY

  • ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

    ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ...
  • ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା...
  • ହସ୍ପିଟାଲରୁ ଫେରିଲେ ନୁସରତ

    କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ...
  • ସୀମାରୁ ୨ ଭାରତୀୟ ନାଗରିକ ଗିରଫ

    ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି...