ଅରବାଜଙ୍କ ପାଖକୁ ଆଉ ଫେରିବେନି ,ଅର୍ଜୁନଙ୍କୁ ବାହାହେବେ ମଲାଇକା

ମୁମ୍ବାଇ: ବିବାହ କରିବେ ଅର୍ଜୁନ କପୁର ଓ ମଲାଇକା ଆରୋରା । ମିଲାନ ଏୟାରପୋର୍ଟରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ଏନେଇ ଦୁହେଁ ମୁହଁ ଖୋଲିନଥିଲେ ମଧ୍ୟ ଖୁବ୍ ଶୀଘ୍ର ଖୁଲାସା କରିବେ । ଗତକିଛି ଦିନ ହେବ ଚର୍ଚ୍ଚାରେ ରହିଥିବା ଏହି ଯୋଡି ଆସନ୍ତାବର୍ଷକୁ ବିବାହ କରିବେ । ଏବଂ ଦୁହେଁ ଖୁବ୍ ଶୀଘ୍ର ଏହି ଘୋଷଣା କରିବେ ।

ନିକଟରେ ଏହି ଯୋଡିଙ୍କୁ ଅବୁଧାବୀରେ ସ୍ପଟ କରାଯାଇଥିଲା । ମଲାଇକା ଏବେ କଲର୍ସ ଚାନେଲରେ ପ୍ରସାରିତ ରିୟାଲିଟି ସୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ଜଜ୍ ଅଛନ୍ତି । ସୋରେ ମଲାଇକାଙ୍କ ସହ କିରଣ ଖେର ଓ କରଣ ଜୋହର ମଧ୍ୟ ବିଚାରପତି ଅଛନ୍ତି । ଅର୍ଜୁନ କପୁର ଏଠାକୁ ନିଜ ଫିଲ୍ମର ପ୍ରମୋସନ ପାଇଁ ଆସିଥିଲେ । ତେବେ ଏଠାରେ ସେ ମଲାଇକାଙ୍କ ହାତ ଧରି ଷ୍ଟେଜ ଉପରକୁ ନେଇଥିଲେ । ଦୁହେଁ ଏକାଠି ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା । କେବଳ ଏଠାରେ ନୁହେଁ, ବିଭିନ୍ନ ଅବସରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି ।

ଉଭୟଙ୍କ ସମ୍ପର୍କ ପାଇଁ ମଲାଇକା, ଅରବାଜଙ୍କୁ ଡିଭୋର୍ସ ଦେଇଛନ୍ତି । ତେବେ ଶେଷରେ ଅରବାଜ ନିଜ ଛାଡପତ୍ର ସମ୍ପର୍କରେ ଖୁଲାସା କରିଛନ୍ତି । ଏହି ସମୟରେ ତାଙ୍କ ପାଖରେ ୧୫ ବର୍ଷର ପୁଅ ଅରହାନ ମଧ୍ୟ ଥିଲେ ।
ସେ କହିଛନ୍ତି, ‘ଜୀବନରେ ୨ ପ୍ରକାର ଲୋକ ଥାନ୍ତି ଯିଏ ସବୁ କିଛି ହେବା ପରେ ମଧ୍ୟ ଅଧିକ ଚାହିଁଥାନ୍ତି ଏବଂ ସବୁବେଳେ ଏହା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି କି ସେମାନେ ବେଷ୍ଟ ଆଉ ସୁଖୀ ଦମ୍ପତ୍ତି ଅଟନ୍ତି । ଏବଂ ଅନ୍ୟ ପ୍ରକାର ଲୋକ ଥାନ୍ତି ଯାହାଙ୍କ ପାଖରେ ଯାହା କିଛି ବି ଅଛି ସେଥିରେ ଖୁସି ରୁହନ୍ତି । ସେ ଏହା ମଧ୍ୟ କହିଲେ କି ସେ ନିଜ ସମ୍ପର୍କରେ ୨୧ ବର୍ଷ ଧରି ଚେଷ୍ଟା କଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ ।