ମାଗଣାରେ କରାଯାଉ କରୋନା ପରୀକ୍ଷା : କେନ୍ଦ୍ର ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ପରୀକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ସମଗ୍ର ଦେଶରେ କରୋନା ପରୀକ୍ଷଣ ମାଗଣାରେ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ବୁଧବାର କରୋନା ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାର ଏକ ପ୍ରକ୍ରିୟା କରିବା ଉଚିତ ଯାହା ଦ୍ୱାରା ପ୍ରାଇଭେଟ ଲ୍ୟାବରେ ପରୀକ୍ଷା କରୁଥିବା ଲୋକମାନେ ମଧ୍ୟ ମାଗଣାରେ ସେମାନଙ୍କ ନମୂନା ପରୀକ୍ଷଣ କରିପାରିବେ । କୋର୍ଟ କହିଛନ୍ତି ଯେ କରୋନା ବିରୋଧରେ ଲଢେଇରେ ସାମିଲ ଥିବା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା ଅଟନ୍ତି।

କରୋନା ମୁକାବିଲା ନିମନ୍ତେ ନିୟୋଜିତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଲୋକମାନେ ଯୋଦ୍ଧା ଅଟନ୍ତି ଏବଂ ସେମାନଙ୍କ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାମଲାର ଶୁଣାଣି ସମୟରେ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଯେ କରୋନା ପରୀକ୍ଷା ପାଇଁ ଘରୋଇ ଲ୍ୟାବ ଗୁଡିକ ଟଙ୍କା ନେଉଛନ୍ତି ଯାହାକୁ ସରକାର ମାଗଣା କରିବା ଆବଶ୍ୟକ ଏହା ଦ୍ୱାରା ଅଧିକାଂଶ ଲୋକମାନଙ୍କର ପରୀକ୍ଷା କରାଯାଇପାରିବ।