ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ । ସେହିପରି ଗଣେଶ୍ବର ଜେନାଙ୍କୁ ପୂର୍ବରୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ବର୍ତମାନ ତାଙ୍କୁ ଇଡ଼କୋର ସାଧାରଣ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି ।

ରଘୁରାମ ଆୟର ଯିଏ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଥିଲେ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏଥିସହିତ ସେ ଓପେପାର ଅତିରିକ୍ତ ନିର୍ଦ୍ଦେଶକ ରହିବେ । ସେହିପରି ମହେଶ କୁମାର ଚୌଧୁରୀ ହେଲେ ପାରାଦୀପ ମ୍ୟୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ୭ ଦିନ ମଧ୍ୟରେ ସମସ୍ତ ଅଧିକାରୀଙ୍କୁ କାର‌୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।