ପୁଣିଥରେ ଦିଲ୍ଲୀରେ ଅଗ୍ନିକାଣ୍ଡ; ଜଣେ ମୃତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରୁ ପୂର୍ବଦିଲ୍ଲୀର ପତପରଗଞ୍ଜସ୍ଥିତ ଶିଳ୍ପାଂଚଳରେ ଏକ ପ୍ରିଂଟିଂ ପ୍ରେସରେ ନିଆଁ ଲାଗିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ନିଆଁକୁ ଆୟତ କରିବା ପାଇଁ ଘଟଣା ସ୍ଥଳରେ ୩୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଦୁଇ ମହଲା ବିଶିଷ୍ଟ ଉକ୍ତ କୋଠାରେ ଜଳୁଥିବା ନିଆଁକ ଆୟତ କରିବାରେ ଉପସ୍ଥିତ ଥିବା ଦମକଳ ଉଦ୍ୟମ ଜାରି ରଖିଛନ୍ତି ।

ରାତି ପ୍ରାୟ ୨.୩୮ ମିନିଟରେ କାରଖାରେ ନିଆଁ ଲାଗିଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଏଯାବତ୍ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଘଟଣାସ୍ଥଳରୁ ମୃତ ବ୍ୟକ୍ତିଙ୍କର ଶବ ଡାକ୍ତରଖାନାକୁ ନିଆ ଯାଇଛି । ସୂଚନାଯୋଗ୍ୟ, କିଛିଦିନ ହେବ ଦିଲ୍ଲୀର ବିଭିନ୍ନ କାରଖାନାରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।