୨୪ ଘଣ୍ଟା ରଖି ନାବାଳିକାକୁ ଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ , ପରେ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ପୀଡିତାକୁ ଛାଡିଦେଲେ

ବେଗୁସରାଇ : ପଞ୍ଚମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଷ୍କର୍ମ । ନାବାଳିକା ଜଣଙ୍କ ସାଙ୍ଗ ସହ ସାଇକେଲରେ ଫେରିବାବେଳେ ବାଇକରେ ଆସି ରାସ୍ତାରୁ ଉଠାଇ ନେଲେ ୪ ଦୁର୍ବୃତ୍ତ । ୨୪ ଘଣ୍ଟା ଜବରଦସ୍ତ ଅଟକ ରଖି ଜଣଙ୍କ ପରେ ଜଣେ ଦୁଷ୍କର୍ମ କଲେ । ଆଉ ବିକୃତ ମାନସିକତା ଥିବା ପଶୁ ପ୍ରବୃତ୍ତି ଦେଖାଇ ସାରିବା ପରେ ନାବାଳିକା ପୀଡିତାକୁ ଗାଧୋଇ ପାଧୋଇ ଦେଇ ନୂଆ ପୋଷାକ ପିନ୍ଧାଇ ଯେଉଁଠୁ ନେଇଥିଲେ ସେଇ ଘରକୁ ଫେରିବା ରାସ୍ତାରେ ପୁଣି ଛାଡି ଦେଇଥିଲେ । ଏଭଳି ଅଭାବନୀୟ ଅମାନବୀୟ ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଚିିହ୍ନଟ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ନାବାଳିକା ଜଣଙ୍କ ସାଙ୍ଗ ସହ ସାଇକେଲରେ ଫେରିବାବେଳେ ତାଙ୍କୁ ବାଇକରେ ଆସି ରାସ୍ତାରୁ ଉଠାଇ ନେଲେ । ୪ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇ ଯେଉଁ ଘରକୁ ଯାଇଥିଲେ । ସେ ଘରେ ଜଣେ ମହିଳା ପୂର୍ବରୁ ଉପସ୍ଥିତ ଥିଲେ । ସବୁ ଜାଣି ମଧ୍ୟ କିଛି କହି ନଥିବାରୁ ପୁଲିସ ଉକ୍ତ ମହିଳାଙ୍କୁ ମଧ୍ୟ ଦୋଷୀ ବୋଲି କହିଥିବା ଜଣା ପଡ଼ିଛି । ୪ଜଣ ଅଭିଯୁକ୍ତ ଏପରି କରିବା ପଛର କାରଣ ଜଣା ପଡ଼ି ନଥିବା ବେଳେ ୪ଜଣଙ୍କ ମଧ୍ୟରୁ ଦୁଇ ଜଣ ପୀଡ଼ିତାଙ୍କ ଗାଁର ଥିଲେ ବୋଲି ଜଣାପଡ଼ିଛି ।
୨୪ ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ଘରକୁ ଯିବା ରାସ୍ତାରେ ଛାଡ଼ି ଦେଇଥିଲେ । ପରେ ପୀଡ଼ିତା ଘରେ ପହଞ୍ଚି ନିଜ ମାତା-ପିତାଙ୍କୁ ସବୁ ଜଣାଇବା ପରେ ଏ ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଏ ପର‌୍ୟ୍ୟନ୍ତ ୪ଜଣ ଅଭିଯୁକ୍ତ ମଧ୍ୟରୁ ୨ଜଣ ପୀଡ଼ିତାଙ୍କ ଗାଁର ସୁମିତ୍‌ କୁମାର,ବିବେକ କୁମାର ଥିଲେ ବୋଲି ପୁଲିସ ଚିହ୍ନଟ କରିଥିବା ବେଳେ ଜଣେ ପଡ଼ୋଶୀ ଗାଁର ସନ୍ତୋଷ କୁମାର ଥିବା ପୁଲିସ ଜାଣିବାକୁ ପାଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତଙ୍କ ପରିଚୟ ଏ ପର‌୍ୟ୍ୟନ୍ତ ମିଳି ପାରି ନଥିବା ଜଣାପଡ଼ିଛି।