ପୁରୀ: ପୁରୀରେ ହୋଲି ଦିନ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସଂପୃକ୍ତ ଅଭିଯୁକ୍ତ ବ୍ରହ୍ମପୁରର ଅଶୋକ ପ୍ରଧାନ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ଅଭିଯୁକ୍ତ ଏହି ଦିନ ମାଦକ ଦ୍ରବ୍ୟ ସେବନ କରି ଅଗ୍ନିକାଣ୍ଡ ଘଟାଇଥିଲା ।
ସୂଚନାଯୋଗ୍ୟ, ହୋଲି ଦିନ ସମୟ ମଧ୍ୟାହ୍ନ ପ୍ରାୟ ୧୨ ଟା ୫୦ ମିନିଟ୍ । ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର-୪ ରେ ଠିଆ ହୋଇଥିଲା ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ । ସନ୍ଧ୍ୟା ପ୍ରାୟ ୭ଟା ୫୫ରେ ଟ୍ରେନ୍ ହାଟିଆ ଯାଇଥାନ୍ତା। ଏହି ସମୟରେ ଟ୍ରେନ୍ ଭିତରପଟୁ ଲକ୍ ଥିଲା । ବିଦ୍ୟୁତ ସରବରାହ ବି ବନ୍ଦ ଥିଲା । ହଠାତ ଟ୍ରେନର ସ୍ଲିପର କୋଚ୍ ଏସ୍-୪ରୁ ନିଆଁ ବାହାରିଥିଲା । ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ବଗିକୁ ବ୍ୟାପି ଯାଇ ପ୍ଲାଟଫର୍ମରେ ହୁତହୁତ ହୋଇ ଜଳି ଉଠିଥିଲା। କିଛିସମୟ ପରେ ତପସ୍ୱିନୀ ଏକ୍ସପ୍ରେସର ତିନିଟି କୋଚ୍ ନିଆଁରେ ଧ୍ୱଂସ ହୋଇଯାଇଥିଲା।
Prev Post
Next Post