ନୂଆଦିଲ୍ଲୀ: ଆଜି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଉତରପ୍ରଦେଶ ଗସ୍ତରେ ଆସୁଛନ୍ତି । ଉତରପ୍ରଦେଶରେ ପହଂଚି କାଶୀ ବିଶ୍ୱନାଥ ମନ୍ଦିର ଏବଂ ସାରନାଥ ବୌଦ୍ଧ ମନ୍ଦିର ଦର୍ଶନ କରିବେ । ତାଙ୍କ ଗସ୍ତ ନିମନ୍ତେ ଉତର ପ୍ରଦେଶ ସରକାର ନିରାପତା ବ୍ୟବସ୍ଥା ସୁଦୃଢ଼ କରିଛନ୍ତି।
ପ୍ରଥମେ ରାଜପକ୍ଷେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ତା’ପରେ ଅପରାହ୍ଣରେ ସେଠାରୁ ସାରନାଥ ଯିବେ। ସେଠାରେ ରାତ୍ରୀଯାପନ କରି ସୋମବାର ଦିନ ସେ ବିମାନ ଯୋଗେ ବିହାରସ୍ଥିତ ବୋଧଗୟା ଯାତ୍ରା କରିବେ। ସେ ଦିନ ସେ ବୋଧଗୟା କେନ୍ଦ୍ରରେ ମହାବୋଧି ମନ୍ଦିର ଦର୍ଶନ କରିବେ। ଏହା ପରେ ସେ ତିରୁପତି ନିକଟ ରେନିଗୁଂଟା ବିମାନ ବନ୍ଦରରେ ପହଂଚିବେ। ମଙ୍ଗଳବାର ଦିନ ତିରୁମାଲା ନିକଟବର୍ତୀ ପ୍ରାଚୀନ ପର୍ବତ ମନ୍ଦିରରକୁ ଯାଇ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିବେ। ଏହା ପରେ ସେ ବିମାନ ଯୋଗେ କଲମ୍ବୋ ଫେରିଯିବେ।
ପାଂଚଦିନିଆ ଗସ୍ତରେ ଆସି ରାଜପକ୍ଷେ ଫେବ୍ରୁଆରି ୮ ତାରିଖ ଦିନ ଭାରତରେ ପହଂଚିଛନ୍ତି । ଗତକାଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ ଥୋଣ୍ଡାମାନ ଏବଂ କେଏନ୍ ଦେବାନନ୍ଦ ନାମକ ଦୁଇ ମନ୍ତ୍ରୀଙ୍କ ସହ ୧୯ଜଣିଆ ଶ୍ରୀଲଙ୍କୀୟ ପ୍ରତିନିଧି ଦଳ ତାଙ୍କ ସହ ଆସିଛନ୍ତି।