ରଥଯାତ୍ରା ବେଳେ ବଡ ଦାଣ୍ଡରେ ଅଭିନେତ୍ରୀଙ୍କୁ ଅସଦାଚରଣ,ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ମାହିକା

ପୁରୀ  : ରଥଯାତ୍ରା ବେଳେ ବଡ ଦାଣ୍ଡରେ ଅଭିନେତ୍ରୀଙ୍କୁ ଅସଦାଚରଣ । ଅସଦାଚରଣର ଶୀକାର ହୋଇଥିବା ଅଭିନେତ୍ରୀ ହେଉଛନ୍ତି ହିନ୍ଦି ଟେଲିଭିଜନ କଳାକାର  ମାହିକା ଶର୍ମା । ଏନେଇ  ପୋଲିସରେ ଅଭିଯୋଗ  କରିନଥିଲେ ବି ଇନଷ୍ଟେଗ୍ରାମ୍ ପେଜ୍ରେ ପୁରା ଘଟଣା ବର୍ଣ୍ମାନା କରିଛନ୍ତି  ମାହିକା । ରଥଯାତ୍ରା ଦିନ ବଡଦାଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ କିଛି ବାଳକ ମାହିକାଙ୍କୁ ଦୁର୍ବ୍ୟବହାର କରିଥିଲେ ।ଗତ ଶନିବାର ଦିନ ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା । ପୁରୀ ଆସିଥିବା ମାହିକା ଏକ କାର୍ରେ ତାଙ୍କ ହୋଟେଲରୁ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ବାହାରିଥିଲେ । ତେବେ ସୁରକ୍ଷା କାରଣରୁ ମନ୍ଦିର ଠାରୁ କିଛି ଦୂରରେ ତାଙ୍କୁ କାର୍ରୁ ଓହ୍ଲାଇ ଚାଲିବାକୁ ପଡିଥିଲା । ସେହି ସମୟରେ କିଛି ବାଳକ ତାଙ୍କୁ କମେଣ୍ଟ କରିଥିଲେ । ଏପରିକି ସେମାନେ ତାଙ୍କୁ ଘେରିଯାଇଳେ । ଜଣେ ବାଳକ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲା ବୋଲି ଇନଷ୍ଟେଗ୍ରାମ୍ ରେ ଲେଖିଛନ୍ତି ମାହିକା । ତେବେ ସେହି ସମୟରେ ମାହିକା ପାଟି କରିବାରୁ ପାଖ ଦେଇ ଯାଉଥିବା ସାଧାରଣ ଲୋକେ ଏବଂ ସୁରକ୍ଷା କର୍ମୀ ମାନେ ମହିକାଙ୍କୁ  ଦୁର୍ବ୍ୟବହାର କରୁଥିବା ବାଳକ ମାନଙ୍କୁ ଧି ନେଇଥିଲେ । ତାପରେ ସେହି ପିଲା ମାନେ ମାହିକାଙ୍କୁ କ୍ଷମା ମାଗିଥିଲେ । ତେବେ ଏହି ଘଟଣା ପରେ ମହିକା ଏତେ ବ୍ୟଥିତ ହୋଇ ପଡିଥିଲେ ଯେ, ସେ ଠାକୁରଙ୍କ ଦର୍ଶନ କରିବାକୁ ନଯାଇ ହୋଟେଲକୁ ଫେରି ଆସିଥିଲେ । ଏବଂ ତାପରେ ପୁରୀରୁ ଫେରି ଆସିଥିଲେ । ଏହି ଗଠଣାରେ କିନ୍ତୁ ମାହିକା ପୋଲିସରେ ଏଇଆଇଆର ଦେଇ ନାହାନ୍ତି । ତାର କାରଣ ଦର୍ଶାଇ ମହାକା ଲେଖିଛନ୍ତି , ଦୁର୍ବ୍ୟବହାର କରିଥିବା ପିଲା ମାନେ ୧୮ରୁ୧୯ ବର୍ଷର ଥିଲେ । ତେଣୁ ସେ ସାମାନଙ୍କୁ ଗିରଫ କରାଇ ସେମାନଙ୍କ କ୍ୟାରିୟର ଖରାପ କରିବା ଚାହିଁ ନଥିଲେ ।ସେମାନଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିବା ଲେଖିଛନ୍ତି ମାହିକା ଶର୍ମା । ସେପଟେ ପୁରୀ ଏସପି କହଛନ୍ତି ମାହିକାଙ୍କ ଅସହଯୋଗରୁ ତଦନ୍ତ ଆଗକୁ ବଢ଼ିପାରୁନି