ପ୍ରକାଶ ପାଇଲା ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ଥିବା ପୁସ୍ତକ

ନୂଆଦିଲ୍ଲୀ: ଜାତୀର ପିତା ମହାତ୍ମା ଗାନ୍ଧୀ ବ୍ୟାୟାମକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ସମସ୍ତେ ଜାଣନ୍ତି। ଏପରିକି ଏକ ପୁସ୍ତକରେ ମହାତ୍ମା ଗାନ୍ଧୀ କହିଥିବାର ଦେଖିବାକୁ ମିଳେ ଯେ ବ୍ୟାୟାମ ଶରୀର ଓ ମସ୍ତିଷ୍କ ପାଇଁ ଏପରି ଦରକାର ଯେପରି ଖାଦ୍ୟ। ପୁସ୍ତକଟି ହେଉଛି ‘ଗାନ୍ଧୀ ଆଣ୍ଡ୍‌ ହେଲ୍‌ଥ@୧୫୦’। ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ଏହାକୁ ପ୍ରକାଶ କରିଛି। ଉକ୍ତ ପୁସ୍ତକରୁ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଆହୁରି ଗୁଡ଼ାଏ କଥା ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖୁବ୍‌ ଖରାପ ଥିଲା। ଏପରିକି ତାଙ୍କର କେଉଁ ସମୟରେ ଜୀବନ ଯିବ ତାହାର କୌଣସି ନିର୍ଦ୍ଦିଷ୍ଟତା ନଥିଲା।