ଆଜି ଜାଗର ପାଇଁ ଶୈବପୀଠରେ ଜମିଛି ଭିଡ

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ ତଥା ଜାଗର କାରଣରୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତମାନେ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, କଟକର ଅମରେଶ୍ବର ମନ୍ଦିର , ଧବଳେଶ୍ବର ମନ୍ଦିର, ପରମହଂସ ମନ୍ଦିର, ଢେଙ୍କାନାଳ ଜିଲ୍ଲାର କପିଳାସ, ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଭକ୍ତମାନେ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏସବୁ ପୀଠମାନଙ୍କରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ରାତିରେ ମହାଦୀପ ଉଠିବାଯାଏଁ ଏଭଳି ଭିଡ଼ ଲାଗି ରହିବ ହୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ଉଠିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ସେବାୟତମାନେ ଠିକଣା ସମୟର ପୂର୍ବରୁ ଉଠାଇବେ ବୋଲି କହିଛନ୍ତି। ତେବେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହୋଇଛି।

ଗତକାଲି ସନ୍ଧ୍ୟା‌ରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପୋଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ପକାଇବା ବ୍ୟବସ୍ଥା କରାଯାଇଛି। ଭାରତୀୟ ପତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମନ୍ଦିର ପରିଷ୍କାର କରାଯିବା ସହ ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ କରାଯାଇଛି। ଏଥିସହ ମନ୍ଦିର ଗର୍ଭଗୃହରୁ ପାଦୁକ ମଧ୍ୟ ସଫେଇ କରାଯାଇଛି।