ଆଜି ମହାଶିବରାତ୍ରି; ଲିଙ୍ଗରାଜ ମନ୍ଦିରରେ ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର: ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଚଂଳ ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ । ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛନ୍ତି ମହାପ୍ରଭୁ । ଭୋର ୩.୧୫ ରେ ପହଡ ଖୋଲି ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ୩ ଟାରୁ ୩.୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ ହୋଇଛି ।ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧୦ଟାରେ ଉଠିବ ମହାଦୀପ ।

ସକାଳ ୬ଟାରେ ରୋଷ ହୋମ ହୋଇଛି। ତେବେ ଭୋର ୩.୩୦ ରୁ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିବ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଭକ୍ତମାନେ ଲାଇନରେ ଆସି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ୧୫ ଦିନ ପୂର୍ବରୁ ଜିଲ୍ଲାପ୍ରଶାସନ ତରଫରୁ ଏଠାରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଭକ୍ତଙ୍କ ସୁବିଧା ପାଇଁ ପାଣି, ଟଏଲେଟ, ପ୍ରଥାମିକ ଚିକିତ୍ସା ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ବ୍ୟବସ୍ଥାକୁ ନେଇ ମଧ୍ୟ ଭକ୍ତମାନେ ବେଶ ଉତ୍ସାହିତ ଥିବା କହିଛନ୍ତି ।