ବାଚସ୍ପତି ମହୋଦୟ,ମନ୍ତ୍ରୀ ଭୁଲ କହିଛନ୍ତି ବିବରଣୀରୁ ବାଦ୍ ଦିଅନ୍ତୁ, ନହଲେ ଗୃହକୁ ଆସିବିନି : ପ୍ରଦୀପ ମହାରଥୀ

ବିଷ ଓଗାଳିଲେ ମହାରଥୀ : ବିଧାନସଭାରେ ମନ୍ତ୍ରୀ – ପୂର୍ବତନ ମନ୍ତ୍ରୀଙ୍କ ବିବାଦର ଏପିସୋଡ-୨

ଭୁବନେଶ୍ବର : ବିଧାନସଭାରେ ମନ୍ତ୍ରୀ – ପୂର୍ବତନ ମନ୍ତ୍ରୀଙ୍କ ବିବାଦର ଆଜିଥିଲା ପାର୍ଟ ଟୁ ଏପିସୋଡ । ଗତକାଲି କୃଷି ବିଭାଗର ଉତ୍ତର ରଖିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଉତ୍ତରରେ  ଘାଇଲା ମହାରଥୀ ଆଜି ବିଧାନସଭାରେ ବିଷ ଓଗାଳିଥିଲେ । କହିଥିଲେ ଅର୍ଥମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତରରେ ଯେଉଁ ତଥ୍ୟ ରଖିଛନ୍ତି ତାହା ସତ୍ୟ ନୁହେଁ । ମନ୍ତ୍ରୀଙ୍କ ଏପରି ଉତ୍ତରର ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଲଗାଇଛି ସେ କାଲିଠୁ ଖାଇ ନାହାନ୍ତି । ମନ୍ତ୍ରୀଙ୍କ ଉତ୍ତରକୁ ଗୃହର ବିବରଣିରୁ ବାଦ ଦିଆଯାଇ ନଚେତ ସେ ଆଉ ଗୃହକୁ ଆସିନେବି । ଶାସକ ଦଳର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ଏହି ବିବାଦ ଦଳୀୟ କନ୍ଦଳକୁ ପଦାରେ ପକାଇଛି । ସେପଟେ ବାଚସ୍ପତି ଏହାର ତର୍ଜମା ହେବ କହିବା ପରେ  ଏହା ଉପରେ ଆପତ୍ତି ଉଠାଇଥିଲେ ବିରୋଧୀ । ଆସନ୍ତୁ ଜାଣିବା କଣ ଥିଲା ମନ୍ତ୍ରୀ- ପୂର୍ବତନ ମନ୍ତ୍ରୀଙ୍କ ବିବାଦର ପାର୍ଟଟୁ ।

ବିଧାନସଭାରେ ମନ୍ତ୍ରୀ- ପୂର୍ବତନ ମନ୍ତ୍ରୀଙ୍କ ବିବାଦର ପାର୍ଟ ଟୁ ଏପିସୋଡ ।  ଅର୍ଥମନ୍ତ୍ରୀଙ୍କ ଉପରେ ବିଷ ଓଗାଳିଲେ ଘାଇଲା ମହାରଥୀ । ଗତକାଲି ଅର୍ଥମନ୍ତ୍ରୀଙ୍କ ଉତ୍ତର ଜବାବ ରଖିବାକୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଯେମିତି ହୋମ ଓ୍ବାକ କରି ଆସିଥିଲେ । ଶୂନ୍ୟ କାଳ ଆରମ୍ଭରୁ ଗତ କାଲି କୃଷି ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ଖୁଥିବା ଅର୍ଥମନ୍ତ୍ରୀଙ୍କ ଉତ୍ତର ପ୍ରସଙ୍ଗ ଉଠାଇଥିଲେ । ସିଧା ସିଧା କହିଥିଲେ ଗୃହରେ ଅର୍ଥମନ୍ତ୍ରୀ ଭୁଲ ତଥ୍ୟ ଦେଇଛନ୍ତି । ସେ କୃଷିମନ୍ତ୍ରୀ ଥିବା ସମୟରେ ଆଳୁ ମିଶନ ଆରମ୍ଭ ହୋଇ ସରିଛି ଓ ରାଜ୍ୟରେ ୧୨୮ ଶୀତଳ ଭଣ୍ଡାରରୁ ୪୮କୁ ଖସିଆସିଥିବା ଯାହା କହିଛନ୍ତି ତାହା ଠିକ ନୁହେଁ । ବରଂ ତାଙ୍କ ସମୟରେ ଶୀଥଳ ଭଣ୍ଡାର ସଂକ୍ୟା ୨୪ରୁ ୪୮କୁ ବଢିଛି । ତାଙ୍କ ସମୟରେ ରାଜ୍ୟ  ୪ଥର  କୃଷି କର୍ମଣ ପୁରଶ୍କାର ପାଇଛି । ୪୦ ବର୍ଷର ରାଜନୌତିକ କ୍ୟାରିୟୟରେ ଏଭଳି ବ୍ୟବହାର କେହି କରି ନାହାନ୍ତି । ଏହା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଲଗାଇଛି । ଗଲ କାଲି ରାତିରୁ ମୁଁ ଖାଇନି । ତେଣୁ ବାଚସ୍ପତି ଏହା ରୁଲିଂ ଦିଅନ୍ତୁ ମନ୍ତ୍ରୀ ଅଜଣାତରେ ଯାହା କହିଛନ୍ତି ତାକୁ ଗୃହର ବିବରଣୀରୁ ବାଦ ଦିଆଯାଉ ।

ଶାସକ ଦଳର ଜଣେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ କଥା କଟାକଟିକୁ ନେଇ ଗତ କାଲି ବି ବେଶ ଚର୍ଚ୍ଚା ଥିଲା । ହେଲେ ଆଜି ପ୍ରଦୀପ ମହାରଥୀ ସେଇ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିବା ବିଜେଡିର ଦଳୀୟନେତାଙ୍କ ଭିତରେ ଥିବା କନ୍ଦଳକୁ ପଦାରେ ପକାଇଛି । ଏମିତିକି ମନ୍ତ୍ରୀ ପଦ ପାଇ ନଥିବା ବରିଷ୍ଠ ନେତାଙ୍କ ମନରେ ଯେ ଅସନ୍ତୋଶ ଅଛି ତାହା ମହାରଥିଙ୍କ କଥାରୁ ହିଁ ସ୍ପଷ୍ଟ ବାରି ହୋଇଥିଲା । ହେଲେ ଅର୍ଥମନ୍ତ୍ରୀ କିଛି ମନ୍ତବ୍ୟ ଦେଇ ନଥିବାବେଳେ ବିଜେଡି ମୁଖ୍ୟସଚେତକ ପ୍ରମିଳା ମଲ୍ଲୀକ କହିଛନ୍ତି ମହାରଥି  ନାଚପାର୍ଟି ଲୋକ ଓ ଯାତ୍ରା ଡାଇଲଗ ମାରନ୍ତି, ତାଙ୍କ କଥା ସେମିତି  । ଏମିତିକି ନୁହେଁ ମହାରଥୀ ଡାଇବେଟିସ ପେସେଣ୍ଟ ନିଶ୍ଚୟ ଖାଇଥିବେ। ବୋଲି ପ୍ରମିଳା କହିଛନ୍ତି ।  

ସେପଟେ ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦେଇ କହିଛନ୍ତି ସେ ମନ୍ତ୍ରୀଙ୍କ ଉତ୍ତରକୁ ତର୍ଜମା କରିବେ ।  ଆବଶ୍ୟକ ପଡିଲେ ବିବରଣିରୁ ଏହାକୁ ବାଦ ଦବେ । ସେପଟେ ବିରୋଧୀ କିନ୍ତୁ ଦାବି କରିଛନ୍ତି ମନ୍ତ୍ରୀ ତଥ୍ୟଗତ ଭାବରେ ଗୃହରେ ଉତ୍ତର ରଖିଥିବାରୁ ବିବରଣିରୁ ବାଦ ଦେବା ଉଚିତ ନୁହେଁ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ମନ୍ତ୍ରୀ ଜାଣତରେ ତଥ୍ୟ ଆଧାରରେ ଗୃହରେ ଜାଣି ଶୁଣି ପ୍ରଶ୍ନର ଉତ୍ତର ରଖିଛନ୍ତି ତେଣୁ ତାକୁ ବିବରଣୀରୁ ବାଦ ଦେବା ଉଚିତ ନୁହେଁ । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ବି ସମାନ ଯୁକ୍ତି ରଖିଛନ୍ତି କହିଛନ୍ତି ଗୃହରେ ସରକାରୀ ତଥ୍ୟ ଆଧାରରେ ମନ୍ତ୍ରୀ ଉତ୍ତର ଦେିଛନ୍ତି ତାହା ରେକଡରୁ କଟାଯିବା ଠିକ ହେବନି । ତେବେ ବାଚସ୍ପତି କଣ ତର୍ଜମା କରୁଛନ୍ତି ତାହା ପରେ ଜଣାପଡିବ ।

ପ୍ରଦୀପ ମହାରଥୀ କେଉଁ ଉଦେଶ୍ୟରେ କାଲି ପ୍ରଶ୍ନ କରିଥିଲେ ଓ ମନ୍ତ୍ରୀ କେଉଁ ଉଦେଶ୍ୟରେ ଏପରି ଉତ୍ତର ରଖିଲେ ତାହା ଜଣା ପଡୁ ବା ନପଡୁ ବିଜେଡିରେ କିଛି ନେତାଙ୍କ ଅସନ୍ତୋସ ଅଛି ତାହା ଧରା ପକାଇବା ସହ ବିରୋଧୀଙ୍କୁ ବଳ ଦେଇଛି ।