ଭୁବନେଶ୍ୱର : ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଠାରୁ ଟିକେଟ ନେଲେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିଜ ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ନବୀନ ନିବାସ ଯାଇ ଦଳୀୟ ଟିକେଟ ନେଇଛନ୍ତି । ଟିକେଟ ଗ୍ରହଣ କରି ରୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଟିକେଟ ନେବାପରେ ରୁଦ୍ର ମହାରଥୀ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ନେଇଛନ୍ତି। ମା” ପ୍ରତିଭା ମହାରଥୀଙ୍କ ଆଶିର୍ବାଦ ତାଙ୍କ ଉପରେ ଅଛି ଏବଂ ବାପାଙ୍କ ସ୍ବପ୍ନ ପୁରଣ କରିବି ।ସେପଟେ ଟିକେଟ ନେବା ପରେ ଘରକୁ ଫେରି ମା ପ୍ରତିଭାଙ୍କ ଆର୍ଶିବାଦ ନେଇଥିଲେ ରୁଦ୍ର । ଆଉ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା ମହାରଥୀଙ୍କ ପୁରା ପରିବାରକୁ ।
ଗୋଟିଏ ଫ୍ରେମରେ ମହାରଥୀଙ୍କ ପରିବାର । ପିପିଲି ମହାଯୁଦ୍ଧ ପାଇଁ ମହାରଥୀଙ୍କ ପରିବାର ଏକ । ପୁଅ- ବୋହୁ, ଝିଅ- ଜ୍ବାଇଁ ଓ ମା ପ୍ରତିଭା ସମସ୍ତେ ଏକାଠି । ନବୀନ ନିବାସରୁ ଦଳୀୟ ଟିକେଟ ଆଣିବା ପରେ ଏ ହେଉଛି ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ଖୁସି । ପିପିଲି ମହାଯୁଦ୍ଧ ପାଇଁ ମା ପ୍ରତିଭାଙ୍କ ଠୁ ଆର୍ଶିବାଦ ନେଉଛନ୍ତି ପୁଅ ରୁଦ୍ର ।ପୁଅକୁ ବଳ ଦେବାକୁ ଝିଅ ପଲ୍ଲବୀ, ଜ୍ବାଇଁ ଅର୍ଦ୍ଧେନ୍ଦୁ ଓ ବୋହୁ ମିଶାଇ ପୁରା ପରିବାରକୁ ଏକାଠି କରିଛନ୍ତି ମାଆ ପ୍ରତିଭା । ପିପିଲି ମହାଲଢେଇ ପାଇଁ ଏକାଠି ହୋଇଛନ୍ତି ପୁରା ପରିବାର । ସ୍ବାମୀଙ୍କ ଭଳି ପୁଅ ରୁଦ୍ରଙ୍କ ଉପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା । କହିଛନ୍ତି ପୁଅ ଉପରେ ମୋର ଆର୍ଶିବାଦ ରହିଛି ।ଜଗନ୍ନାଥ ଓ ହନୁମାନଙ୍କ ଆର୍ଶିବାଦ ବି ଅଛି ସମସ୍ତଙ୍କ ଆର୍ଶିବାଦରୁ ପୁଅ ରୁଦ୍ର ଜିତି ମହାରଥୀଙ୍କ ସବୁ ଇଛା ପୁରଣ କରିବ । ପ୍ରତିଭା କହିଛନ୍ତି ବାପା ଥିଲା ପୁଅ ସଭାରେ ହାରେନି ଆଉ ମା ଥିଲା ପୁଅ ଦୁନିଆ ଡରେନି । ସେପଟେ ରୁଦ୍ର କହିଛନ୍ତି ମାଙ୍କ ଆର୍ଶିବାଦ ପୁରା ପରିବାରସହଯୋଗ ଓ ଲୋକଙ୍କ ଆର୍ଶିବାଦରୁ ବାପାଙ୍କ ପରି ପିପିଲି ଡେଲାଙ୍କ ଲୋକଙ୍କ ପାଇଁ କାମ କରିବି । ପିପିଲିରୁ ବିଜେଡି ପ୍ରାର୍ଥୀ ହେବାକୁ ନେଇ ମା ପ୍ରତିଭା ଓ ପୁଅ ରୁଦ୍ରଙ୍କ ଭିତରେ ମନ ମାଲିନ୍ୟ ଥିବା ଚର୍ଚ୍ଚା ହେଉଥିଲା । ହଲେ ସ୍ବର୍ଗତ ମହାରଥୀଙ୍କ ବାସଭନର ଏହି ଦୃଶ୍ୟ ସେସବୁ ଚର୍ଚ୍ଚାରେ ପୂଣ୍ଣଛେଦ ପକାଇଛି ।
ପ୍ରାର୍ଥୀ ଘୋଷଣା ପରେ ଆଜି ରୁଦ୍ର ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କୁ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ । ବରିଷ୍ଠ ନେତା ଦେବୀ ମିଶ୍ର ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠୁ ଦଳୀୟ ଟିକେଟ ନେବା ସହ ଆର୍ଶିବାଦ ନେଇଥିଲେ ରୁଦ୍ର । ଆଉ ଟିକେଟ ଆଣିବା ପରେ ଭଉଣି ଭିଣୋଇ ପରିବାରେ ଥିବା ମତାନ୍ତର ଥିବା ଚର୍ଚ୍ଚାର ପତିକ୍ରିୟା ରଖିଥିଲେ । ପଲ୍ଲବୀ କହିଛନ୍ତି ଆମ ପରିବାର ଖରାପ ସମୟରେ ପରିବାରକୁ ଭାଙ୍ଗିବାକୁ କିଛି ଲୋକ ଏପରି ଅପପ୍ରଚାର କରୁଛନ୍ତି । ପିପିଲି ଲଢେଇ ପାିଁ ଆମେ ପୁରା ପରିବାର ଏକ । ଆମ ଭିତରେ କିଛି ନାହିଁ ମାଙ୍କ ଆର୍ଶିବାଦ ଆମ ଉପରେ ଅଛି । ବାପା ଡେଲାଙ୍ଗ ପିପିଲି ପାଇଁ କାମ କରୁଥିଲେ ଆଉ ତାଙ୍କ ପରେ ମହାରଥୀ ପରିବାର ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରିବ ।
ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠୁ ବିଜେଡି ସବୁବେଳେ ମହାରଥୀଙ୍କ ପରିବାର ପାଖରେ ଛିଆ ହୋଇଛି । ରୁଦ୍ର ପ୍ରାର୍ଥୀ ଘୋଷଣା ହେବା ଠୁ ଆରମ୍ଭ କରି ଟିକେଟ ନେବା ଯାଏ ପରିବାର ପାଖରେ ବରିଷ୍ଠ ନେତାଏ ଠିଆ ହୋଇଛନ୍ତି । ବିଜେଡି କହିଛି ମହାରଥୀଙ୍କ ପରିବାରକୁ ନେଇ ଅପ ପ୍ରଚାର ଚାଲିଥିଲା । ମହାରଥୀ ପିପିଲି ନିର୍ବାଚନ ମଣ୍ଡଳୀରେ କାମ କରୁଥିଲେ ବୋଲି ଲୋକଙ୍କ ଆର୍ଶିବାଦ ପାୁଥିଲେ ଆଉ ପୁଅ ରୁଦ୍ରଙ୍କୁ ବି ଲୋକେ ଆର୍ଶିବାଦ କରିବେ ରୁଦ୍ର ନିଶ୍ଚୟ ଜିତିବ ।
ବିଜେଡିର ବରିଷ୍ଠ ନେତା ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀ ୧୮୮୫ରୁ ପିପିଲିରୁ ୭ ଥର ବିଜୟୀ ହୋଇ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ତାଙ୍କ ଦେହାନ୍ତ ପରେ ପିପିଲି ଗଡକୁ ପୁଣି ଥରେ ନିଜ କବଜ୍ଜାକୁ ନେବାକୁ ବିଜେଡି ତାଙ୍କ ପୁଅ ରୁଦ୍ରଙ୍କ ମୁଣ୍ଡରେ ସିରିପା ବାନ୍ଦିଛି । ୩୦ରେ ରୁଦ୍ର ନାମାଙ୍କନ ଦାଖଲ ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ ।
maharathi family stand one for pipili bye election