ମହାରାଷ୍ଟ୍ରରେ ୪ ଭୂକମ୍ପ ଝଟ୍‌କା

ମୁମ୍ବଇ: ମହାରାଷ୍ଟ୍ରର ପାଲଘର ଜିଲାରେ ବୁଧବାର ବିଳମ୍ବିତ ରାତିରେ ୪ଥର ଭୂକମ୍ପ ଅନୁଭୂତ ହୋଇଛି। ମାତ୍ର ୧୨ ମିନିଟ ମଧ୍ୟରେ ଏହି ୪ଟି ଝଟ୍‌କା ଲାଗିଛି। ବୁଧବାର ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ମୋଟ ୭ଥର ଭୂକମ୍ପ ଝଟ୍‌କା ଲାଗିଥିବା ଜଣାପଡ଼ିଛି। ପ୍ରଥମ ଝଟ୍‌କା ରାତି ୧ଟା ୩ ମିନିଟରେ ପାଲଘର ଜିଲା ତଳସାରି ବେଲ୍ଟର ଦହାନୁରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରହିଥିଲା। ଏହା ପରେ ରାତି ୧ଟା ୧୫ ମିନିଟ ମଧ୍ୟରେ ବୋଇସାର ଅଞ୍ଚଳରେ ଲଗାତାର ୩.୬, ୨.୯ ଏବଂ ୨.୮ ତୀବ୍ରତାର ଝଟ୍‌କା ଲାଗିଥିଲା। ବର୍ଷା ଲାଗି ରହିଥିବା କାରଣରୁ ଲୋକମାନେ ଘର ଭିତରୁ ବାହାରିପାରି ନ ଥିଲେ। ଜିଲାବାସୀଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଲାଗି ରହିଛି।