ବଦଳିଲେ ମହାରାଷ୍ଟ୍ରର ପିସିସି ସଭାପତି : ବାଲାସାହେବ ଥୋରାଟଙ୍କୁ ଦାୟୀତ୍ବ

ମୁମ୍ବାଇ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କଂଗ୍ରେସ ପୁଣିଥରେ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରିଛି। ଏହିକ୍ରମରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ପିସିସି ମୁଖ୍ୟ ଭାବେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ମେ’ ମାସରେ ମହାରାଷ୍ଟ୍ର ପିସିସି...

ମୁମ୍ବାଇ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କଂଗ୍ରେସ ପୁଣିଥରେ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରିଛି। ଏହିକ୍ରମରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ପିସିସି ମୁଖ୍ୟ ଭାବେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି।

ଗତ ମେ’ ମାସରେ ମହାରାଷ୍ଟ୍ର ପିସିସି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଶୋକ ଚୌହାନ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସେହିପରି ନୀତୀନ ରାଉତ, ବଶ୍ୱରାଜ ଏମ ପାଟିଲ, ବିଶ୍ୱଜିତ କଦମ ଯଶବନ୍ତୀ ଚନ୍ଦ୍ରକାନ୍ତି ଠାକୁର ଓ ମୁଜାଫର ହୋସେନଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଛି। ମହାରାଷ୍ଟ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ବାଲାସାହେବ ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Spread the love
Categories
ଦେଶ-ବିଦେଶପଲିଟିକ୍ସ

RELATED BY