ମୁମ୍ବାଇ: ମହାରାଷ୍ଟ୍ର ଲକ୍ ଡାଉନ୍ ଅବଧିକୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ତେବେ ମହାରାଷ୍ଟ୍ର ସମେତ କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ମଧ୍ୟ ଏଥିରେ ସାମିିଲ ହୋଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ମଧ୍ୟ ଜାତୀୟ ସ୍ତରରେ ଲକଡାଉନ ଅବଧି ବଢାଇବାକୁ ଦାବି କରିଥିଲେ । ଅଳ୍ପ କିଛି ରାଜ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ ରାଜ୍ୟମାନେ ମଧ୍ୟ ଲକଡାଉନ ଅବଧି ବଢାଇବାକୁ ଦାବି କରିଛନ୍ତି ।
ଏହା ପୂର୍ବରୁ ଓଡ଼ିଶା ଓ ପଞ୍ଜାବ ନିଜ ନିଜ ରାଜ୍ୟରେ ଲକଡାଉନ ସମୟସୀମାକୁ ବଢାଇଥିଲେ । ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଓ ପଞ୍ଜାବ ମେ ୧ ପର୍ଯ୍ୟନ୍ତ ଲକଡାଉନ ମିଆଦକୁ ବୃଦ୍ଧି କରିଛନ୍ତି ।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୭୪ରେ ପହଂଚିଥିବାବେଳେ ମୃତ୍ୟୁସଂଖ୍ୟା ୧୧୦ରେ ପହଂଚିଛି । ଏହା ସହିତ ରାଜ୍ୟରେ ମୋଟ ୧୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।