ମହାରାଷ୍ଟ୍ରର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ମୃତ

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ବୋଇସାରଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହାଫଳରେ ୮ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।

ଆଙ୍କ ଫାର୍ମାର ଏହି ନିର୍ମାଣାଧୀନ ପ୍ଲାଂଟ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଂଟ କର୍ପୋରେସନ୍‌ ଅଂଚଳର କୋଲୱାଡେ ଗାଁ ନିକଟବର୍ତୀ । ସନ୍ଧ୍ୟା ପ୍ରାୟ ୭.୨୦ ବେଳକୁ କିଛି କେମିକାଲର ପରୀକ୍ଷା କରାଯିବା ସମୟରେ ବିସ୍ଫୋରଣ ଘଟିଥିଲା।

ଏହାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୧୫ କିଲୋମିଟର ଯାଏ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ନିକଟବର୍ତୀ ଅଂଚଳରେ ଝରକା କାଚ ମଧ୍ୟ ଭାଙ୍ଗିଯାଇଥିବା ଜାଣିବାକୁ ମିଳିଛି।

୮ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଆହତମାନଙ୍କୁ ଉଦ୍ଧାର ଜାରି ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ପରେ ନିଆଁ ଲାଗିଥିଲେ ହେଁ ଏହା ବର୍ତମାନ ନିୟନ୍ତ୍ରଣରେ ରହିଛି।