ଭୁଶୁଡିଲା ୫ ମହଲା କୋଠା: ଜଣେ ମୃତ, ୭ ଆହତ

ମୁମ୍ବାଇ: ଭୁଶୁଡିପଡିଲା ୫ ମହଲା କୋଠା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ର ରାୟଗଡର ମହଦ ସହରର କାଜଲପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଏହି କୋଠାରେ ୪୭ ପରିବାର ରହୁଥିଲେ । ତେବେ ଏହି ଦୁର୍ଘଟଣାରେ ଏଯାବତ ୨୫ ଜଣ ଉଦ୍ଧାର ହୋଇଛନ୍ତି ।

ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମହାରାଷ୍ଟ୍ରର ରାୟଗଡରେ କୋଠା ଭୁଶୁଡ଼ିବା ଅତ୍ୟନ୍ତ ଦୁଃଖଦାୟକ । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଏନଡିଆରଏଫ ଡିଜିଙ୍କ ସହିତ କଥା ହୋଇଛନ୍ତି ସେ । ଯଥାଶୀଘ୍ର ଉଦ୍ଧାର କାର୍ଯ୍ୟରେ ସହଯୋଗ କରାଯିବ । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ।

ଅନ୍ୟପକ୍ଷେ ଦୁର୍ଘଟଣାରେ ୭୦ ଜଣ ଲୋକ ଫସିରହିଥିବା ଆଶଙ୍କା ରହିଛି । ଏନଡିଆରଏଫର ୩ ଟି ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।