ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା ଏବଂ ବିଜେପିକୁ ପଚାର ବୋଲି କହିଲେ ଶରଦ

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମସ୍ତଙ୍କ ନଜର ଶରଦ ପାୱାର ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ରହିଛି । ବୈଠକ ପାଇଁ ଏନସିପି ମୁଖ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ସାମ୍ୱାଦିକମାନେ ଶରଦ ପାୱାରଙ୍କୁ ସରକାର ଗଠନ ନେଇ ପ୍ରଶ୍ନ କରିଥିଲେ । ଏହାର ଜବାବରେ ନିଜର ଆଗାମୀ ପଦକ୍ଷେପକୁ ଗୋପନ ରଖିବା ସହ ନୂଆ ସ୍‌ସପେନ୍ସ ସୃଷ୍ଟ କରିଥିଲେ । ସରକାର ଗଠନକୁ ନେଇ ପ୍ରଶ୍ନ ତାଙ୍କୁ ନୁହେଁ, ଶିବସେନା ଏବଂ ବିଜେପିକୁ ପଚାରାଯିବା ଦରକାର ବୋଲି ସେ କହିଥିଲେ ।  

ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ନେଇ ଆସିଥିବା କଥାକୁ ଶରଦ ପାୱାର ପୁଷ୍ଟି କରିଥିଲେ । କିନ୍ତୁ, ସାକ୍ଷାତ ସମୟ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି । ସରକାର ଗଠନ ସହ ଜଡିତ ସବୁ ପ୍ରଶ୍ନକୁ ନା କେବଳ ଏଡାଇଥିଲେ ବରଂ ସୋନିଆ ଗାନ୍ଧୀଙ୍କ ସହ ହେବାକୁ ଥିବା ବୈଠକକୁ ସୌଜନ୍ୟମୂଳକ ସାକ୍ଷାତ କହିଛନ୍ତି । ସ୍ପଷ୍ଟ ବାରି ହେଉଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଚର୍ଚ୍ଚା କରିବା ପୂର୍ବରୁ ଏନସିପି ମୁଖ୍ୟ ନିଜର ପରବର୍ତ୍ତୀ ପଦକ୍ଷେପକୁ ଗୁମର ରଖିବାକୁ ଚାହୁଁଛନ୍ତି । 

ଶିବସେନା ସହ ସରକାର ଗଢିବା ନେଇ କେତେ ଦୂର ସମ୍ଭାବନା ରହିଛି ପ୍ରଶ୍ନର ଜବାବରେ ଶରଦ କହିଛନ୍ତି, “ବିଜେପି ଏବଂ ଶିବସେନାକୁ ଏହି ପ୍ରଶ୍ନ ପଚାରାଯିବା ଦରକାର, ଦୁହେଁ ମିଶି ଥିଲେ” ।  ଏନସିପି ମୁଖ୍ୟ କହିଛନ୍ତି ଶିବସେନା ଏବଂ ବିଜେପି ଏକାସାଙ୍ଗରେ ନିର୍ବାଚନ ଲଢିଥିଲେ । ଆମେ ତାଙ୍କଠାରୁ ଅଲଗା ନିର୍ବାଚନ ଲଢିଥିଲୁ । ଏନସିପି ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢିଥିଲୁ । ଶିବସେନା-କଂଗ୍ରେସ-ଏନସିପିର ସରକାର ହେବା ନେଇ ଚାଲିଥିବା ଚର୍ଚ୍ଚାର ପ୍ରଶ୍ନ ଜବାବରେ ସେ କେବଳ “ଭଲ” କହି ଏଡାଇ ଦେଇଥିଲେ । ।