ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ପୁଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ ଶିବାଜୀ ରାଓ ପାଟିଲ୍ । ପରେ ସେ ସୁସ୍ଥ ହୋଇଥିଲେ ଓ କୋଭିଡ୍ ରିପୋର୍ଟ ନେଗେଟିଭ ଆସିଥିଲା ।

ମରାଠାଓ୍ୱାଡା ଅନ୍ତର୍ଗତ ଲାଠୁରର ପ୍ରତିନିଧିତ୍ୱ କରୁଥିଲେ ଶିବାଜୀ ରାଓ ପାଟିଲ । ୧୯୮୫ ମସିହା ଜୁନ ମାସରୁ ୧୯୮୬ ମାର୍ଚ୍ଚ ଯାଏଁ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ।