ବନ୍ୟାରେ ମହାରାଷ୍ଟ୍ର, ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବନ୍ୟାରେ ଉବୁଟୁବୁ ମାୟାନଗରୀ । ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ବଢିବାରେ ଲାଗିଛି ଜଳସ୍ତର । ବନ୍ୟା ସ୍ଥିତି ପରଖିବାକୁ ଶିବାଜୀ ନଗର ଏବଂ କୋହ୍ଲାପୁର ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ।

କୋହ୍ଲାପୁର କଲ୍ୟାଣୀ ହଲକୁ ସ୍ତାନାନ୍ତରିତ କରାଯାଇଥିବା ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ପ୍ରଭାବfତ ଅଞ୍ଚଳରେ ବର୍ତ୍ତମାନ ସୁରକ୍ଷା ଓ ରିଲିଫ ଦେବା ବିଷୟରେ ବୁଝିଛନ୍ତି । ଏପଟେ ଅଲମାଟି ଡ୍ୟାମରୁ ୫ଲକ୍ଷ କ୍ୟୁସେକ ପାଣି ଛଡାଯିବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦରପ୍ପାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ମହାରାଷ୍ଟ୍ର ସାଙ୍ଗଲୀ ନଦୀରୁ ଜଳସ୍ତର କମ କରିବାରେ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।