ମହାରାଷ୍ଟ୍ର ନିର୍ବାଚନ : ୧୮୫ ଆସନରେ ଆଗୁଆ ବିଜେପି-ଶିବସେନା ମହାମେଣ୍ଟ

ମୁମ୍ଵାଇ :ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସୁଦ୍ଧା ମତଗଣନାରେ ଯେଉଁ ଆକଳନ କରାଯାଇଛି ସେଥିରେ ବିଜେପି ଏବଂ ଶିବସେନା ଖୁବ୍ ସହଜରେ ଶାସନରେ ଆସିବେ ବୋଲି ନଜର ଆସୁଛି। ବର୍ତ୍ତମାନ ସୁଦ୍ଧା ବିଜେପି-ଶିବସେନାର ମହାମେଣ୍ଟ ୧୮୫ ଆସନରେ ଆଗୁଆ ଚାଲିଛି। ଅପର ପକ୍ଷରେ କଂଗ୍ରେସ ଏବଂ ଏନସିପି ୮୬ ଆସନରେ ଚାଲିଛନ୍ତି। 

ରାଜ୍ୟରେ ବିଜେପିର ଦିଗଜ୍ଜ ନେତା ଗୋପୀନାଥ ମୁଣ୍ଡେଙ୍କ ପୁଅ ପଙ୍କଜ ମୁଣ୍ଡେ ପରେଲିରୁ ୭୦୦୦ ଭୋଟରେ ପଛୁଆ ଅଛନ୍ତି। କୋଥଋଡ ଆସନରେ ବିଜେପି ପ୍ରାର୍ଥୀ ଚନ୍ଦ୍ରକାନ୍ତା ପାଟିଲ ଆଗୁଆ ଅଛନ୍ତି। କରାଡ ସାଉଥରୁ ମଧ୍ୟ କଡା ମୁକାବିଲା ଦେଖିବାକୁ ମିଳିଛି। ନାଗପୁର ଦକ୍ଷିଣ ପଶ୍ଚିମ ଆସନରେ ପ୍ରାଥମିକ ପର୍ଯ୍ୟାୟରେ ଦେବେନ୍ଦ୍ର ଫଡଣବୀସ ୧୧୦୦୦ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବରେଲି ଆସନରେ ଆଦିତ୍ୟ ଠାକରେ ୬୦୦୦ ବୋଟରେ ଆଗୁଆ ଅଛନ୍ତି। ବରାମତି ଆସନରୁ ଏନସିପିର ଦିଗଜ ନେତା ଅଜିତ ପାୱାର ୨୫୦୦୦ ଭୋଟରେ ଆଗୁଆ ଅଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଭଣଜା ହେଉଛନ୍ତି ଅଜିତ ପାୱାର। ଭୋକର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାଣ ଆଗୁଆ ଅଛନ୍ତି। କାଙ୍କାବଲୀ ଆସନରୁ ବିଜେପି ପ୍ରାର୍ଥୀ ନିତେଶ ରାଣେ ମଧ୍ୟ ଆଗରେ।