ମହାରାଷ୍ଟ୍ରରେ ଲାଗିଲା ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ପୋଷ୍ଟର

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନର ଫଳାଫଳ ସାମ୍ନାକୁ ଆସିଛି। ୨୦୧୪ ତୁଳନାରେ ବିଜେପି କମ୍ ବହୁମତ ହାସଲ କରିଛି। ଯାହାକୁ ନେଇ ଶିବସେନା ଦଳ ଉପରେ ଖପ୍ପା ଅଛି। ରାଜ୍ୟରେ ବିଜେପି ୧୬୧ଟି ଆସନ ହାତେଇଥିବା ବେଳେ କଂଗ୍ରେସ ୯୮ ଓ ଅନ୍ୟ ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ତେବେ ଏହି ମଧ୍ୟରେ ରାଜ୍ୟରେ ମହାରାଷ୍ଟ୍ର-ଶିବସେନାର ସମର୍ଥକ ଆଦିତ୍ୟ ଠାକରେଙ୍କ ପୋଷ୍ଟରରେ ଭାବି ମୁଖ୍ୟମନ୍ତ୍ରୀ ଲେଖି ମାରିଛନ୍ତି। ଆଦିତ୍ୟ ବର୍ଲିବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। 

ତେବେ ଆଦିତ୍ୟ ଠାକରେଙ୍କର ଏଭଳି ପୋଷ୍ଟର ଲାଗିବା ପରେ ବିଜେପି କହିଛି କି, ଅତି ଉନ୍ମାଦ ହେବା ଉଚିତ୍ ନୁହେଁ। ଏଭଳି ହେଲେ ଶେଷ ହୋଇଯିବ। ଏହି ଜନାଦେଶ ଇଭିଏମ୍ ମେସିନରୁ ବାହାରିଛି। ଶେଷ ସମୟ ଯାଏଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସଙ୍କୁ ବିଶ୍ଵାସ ଥିଲା କି, ଇଭିଏମ ମେସିନରୁ ପଦ୍ମ ବାହାରିବ କିନ୍ତୁ ଏଭଳି ହେଲା ନାହିଁ। ଏହାପରେ ଶିବସେନା କହିଛି କି, ଏହା ମହାଜନାଦେଶ ନୁହେଁ ଜନାଦେଶ। ଏହାକୁ ମାନିବାକୁ ପଡିବ। 

ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ସବୁଠାରୁ ଅଧିକ ଲାଭ ମିଳିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ୫୦ଟି ଆସନ ହାତେଇଛି। ସେହିପରି ବିଜେପି ୧୨୨ଟି ଆସନରୁ ୧୦୨ଟି ଆସନରେ ବିଜୟୀ ହୋଇଛି।