ମୁମ୍ବାଇ: ମହାରାଷ୍ଟ୍ରର ଧୁଳେ ଜିଲ୍ଲା ଦୌରାଜଜ ଶହ ଶହ କୋଟି ଟଙ୍କାର ‘ଘରକୂଳ’ ଆବାସ ଯୋଜନାରେ ପୂର୍ବତନ ମନ୍ତ୍ରୀ ସୁରେଶ ଜୈନ ଓ ଗୁଲବରାଓ ଦେବକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଉଭୟ ପୂର୍ବତନ ମନ୍ତ୍ରୀଙ୍କୁ ଯଥାକ୍ରମେ ୭ ବର୍ଷ ଓ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏଥି ସହିତ ସୁରେଶ ଜୈନଙ୍କୁ ୧୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ଜଡ଼ିତ ଅନ୍ୟ ୪୬ ଜଣଙ୍କୁ ୩ରୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଣୀ କରିଛନ୍ତି ଜିଲ୍ଲା ଦୌରାଜଜ । ସ୍ୱତନ୍ତ୍ର ଜଜ ସୃଷ୍ଟି ନୀଳକଣ୍ଠ ୨୯ କୋଟି ଟଙ୍କାର ଆବାସ ପ୍ରକଳ୍ପ ଦୁର୍ନୀତି ମାମଲାରେ ଶିବିସେନା ନେତା ସୁରେଶ ଜୈନଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇବା ସହିତ ୧୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୧୯୯୦ ଦଶକରେ ସେ ଯେତେବେଳେ ଗୃହମନ୍ତ୍ରୀ ଥିଲେ, ସେହି ସମୟରେ ଦୁର୍ନୀତି ହୋଇଥିଲା । ସେବକଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି । ଅନ୍ୟ ୪୬ ଜଣଙ୍କୁ ୩ ରୁ ୭ ବର୍ଷ ଜେଲଦଣ୍ଡ ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦେବକରଙ୍କ ବ୍ୟତୀତ ନଗର ନିଗମର କିଛି ପାର୍ଷଦ ଓ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଅଦାଲତରେ ଶୁଣାଣୀ ଜାରି ଥିବା ବେଳେ ସମସ୍ତ ୪୮ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖାଯାଇଥିଲା । ଜୈନଙ୍କୁ ୨୦୧୨ ମାର୍ଚ୍ଚରେ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟରୁ ଜାମିନ ମିଳିବା ପୂର୍ବରୁ ସେ ଏକ ବର୍ଷରୁ ଅଧିକ ସମୟ ଜେଲରେ ଥିଲେ । ସେ ୧୯୯୫ ରୁ ୨୦୦୦ ମଧ୍ୟରେ ଜଳଗାଓ ନଗର ପରିଷଦରେ ପାର୍ଷଦ ଥିଲେ । ତାଙ୍କ ନାଁରେ ୨୯ କୋଟି ଟଙ୍କା ଅନିୟମିତତା ଅଭିଯୋଗ ଆସିଥିଲା । ବର୍ଷ ୨୦୦୬ ଫେବୃୟାରୀରେ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା ।