ମହାନଦୀ ଜଳବିବାଦ ମାମଲା: ପୁନର୍ବାର ଆପୋସ ସମାଧାନ ପାଇଁ ଦୁଇ ରାଜ୍ୟକୁ ନିର୍ଦେଶ, ପରବର୍ତ୍ତୀ ଶୁଣାଣି ମେ ୧୧ ତାରିଖ

ନୂଆଦିଲ୍ଲୀ: ମହାନଦୀ ଜଳ ସଂକ୍ରାନ୍ତରେ ଓଡ଼ିଶା ଓ ଛତିଗଡ଼ ମଧ୍ୟରେ ଉପୁଜି ଥିବା ଜଳ ବିବାଦ ଘଟଣାକୁ ପୁଣି ଥରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଶନିବାର ଦିନ ଟ୍ରିବୁନାଲ୍‌ ନିର୍ଦେଶ ଦେଇଛି।

ଓଡ଼ିଶା କରିଥିବା ମଧ୍ୟବର୍ତ୍ତୀକାଳିନ ଆବେଦେନର ଶୁଣାଣି କରି ଟ୍ରିବୁନାଲ୍‌ ଏ ଭଳି ନିର୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ପାଇଁ ମେ ୧୧ ତାରିଖକୁ ଦିନ ଧାର୍ଯ୍ୟ କରିଛି। ଓଡ଼ିଶା ସରକାରଙ୍କ ତରଫରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ସୂର୍ଯ୍ୟ ମିଶ୍ର କହିଥିଲେ କି, ଟ୍ରିବୁନାଲ୍‌ର ପୂର୍ବ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ଲାଗି ବସିଥିବା ବୈଠକ ଫଳପ୍ରଦ ହୋଇ ପାରି ନାହିଁ, କି ବିବାଦ ସମାଧାନ ନିମନ୍ତେ କୌଣସି ଉପାୟ ବାହାରି ପାରି ନାହିଁ।

ଛତିଶଗଡ଼ ତରଫରୁ ଓକିଲ ଏ. କେ. ଗାଙ୍ଗୁଲି ହାଜର ହୋଇ କହିଥିଲେ, ଛତିଶଗଡ଼ ମହାନଦୀ ଉପରେ ଯେଉଁ ବ୍ୟାରେଜ୍‌ ଆଦି ଗଢ଼ିଛି ଓଡ଼ିଶା ସରକାରଙ୍କର ପ୍ରତିନିଧି ଦଳ ଆସି ତାହା ପରିଦର୍ଶ କରନ୍ତୁ। ସେହି ଆଧାରରେ ଓଡ଼ିଶା ସରକାର ସମାଧାନର କୌଣସି ପ୍ରସ୍ତାବ ଦେଲେ ତାହା ଯଦି ଗ୍ରହଣ ଯୋଗ୍ୟ ହୁଏ ଆମେ ଗ୍ରହଣ କରିବୁ।