ବଢୁଛି ଜଳସ୍ତର, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର  : ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହା ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ହେବା ସମ୍ଭାବନା ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।   ଆସନ୍ତା କାଲି ଠାରୁ  ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକ ଫୁଲିବ । ନଦୀର ଜଳସ୍ତର ବଢିବା ଯୋଗୁ ବନ୍ୟା ଆଶଙ୍କା ରହିଛି । ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ଖଇର ମାଳରେ ୬ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଛି । ଆସନ୍ତା କାଲି ପୂର୍ବାହ୍ନ ସୁଦ୍ଧା ମୁଣ୍ଡୁଳିରେ ସାଢ଼େ ୭ ଲକ୍ଷରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେଣୁ ସାମନ୍ୟ ଓ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି  ବୋଲି କହିଛନ୍ତି ଏସଆରସି । ମହାନଦୀ ଅବବାହିକାରେ ବର୍ଷା ହେବାଯୋଗୁ ଜଳସ୍ତର ଅଧିକ ହୋଇଛି ।ଆଜି ବୁର୍ଲାରେ ସର୍ବାଧିକ ୬୨୨ ମିଲିମିଟର ବର୍।ା ହୋଇଛି ।