ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ମାଘ ସପ୍ତମୀ । ସୂର୍ଯ୍ୟ ଦେବଙ୍କ ଆରାଧନାର ଦିନ । ସୂର୍ଯ୍ୟଙ୍କ ଜୟନ୍ତୀ । ଏହି ଦିନ ଚନ୍ଦ୍ରଭାଗାରେ ମହୋଦଧୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କରି ଉପାସନା କଲେ କୋଟି ପୂଣ୍ଣ ଫଳ ମିଳେ ବୋଲି ବିଶ୍ୱାସ ରହିଛି । ସେଥିଲାଗି ଆଜି କୋଣାର୍କର ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅନୁଷ୍ଠିତ ହୋଇଛି ଛନ୍ଦ୍ରଭାଗା ସ୍ନାନ । ସୂର‌୍ୟୋଦୟସମୟରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ର୍ସୂଯ୍ୟାଙ୍କୁ ପ୍ରଣାମ କରିଛନ୍ତି। ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।


ହିନ୍ଦୁଚ ବିଶ୍ୱାସ ଅନୁଯ୍ରୀ, ଐହି ମାଘ ମାସ ସପ୍ତମୀ ତିଥିରେ ଅଦିତିଙ୍କ ଗର୍ଭରୁ ସୂର‌୍ୟ୍ୟଦେବ ଜନ୍ମ ଗଅହଣ କରିଥିବାରୁ ତାଙ୍କୁଆଦିତ୍ୟ କୁହାଯାଏ।ତେଣୁ ଏହି ଦିନ ରୋଗଗ୍ରସ୍ତ ବ୍ୟକ୍ତି ସୂର‌୍ୟ୍ୟ ପୂଜା କଲେ ରୋଗଶୋକରୁ ମୁକ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଲୋକ ବିଶ୍ୱାସ ଅନୁଯାୟୀ, ଆଜି ସକାଳେ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସ୍ନାନ କରିଛନ୍ତି।
ପ୍ରଚଳିତ ଚଳଣି ଓ ପରମ୍ପରା ଅନୁଯାୟୀ, ମାଘ ଷଷ୍ଠୀ ରାତ୍ରୀରେ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଶୋଭାଯାତ୍ରାରେ ବାହାରି କୋଣାର୍କ ଏନ୍‌ଏସି ପଡ଼ିଆରେ ପହଞ୍ଚିଥିଲେ ସେଠାରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯିବା ପରେ ତିନି ଠାକୁର ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦ୍ଦେଶ୍ୟରେ ବାହାରିଥିଲେ। ପରେ ଭୋର ୪ଟା ୩୦ ମିନିଟ୍‌ରେ ଶ୍ରଦ୍ଧାଳୁମାନ ଚନ୍ଦ୍ରଭାଗାରେ ବୁଡ଼ ପକାଇଥିଲେ।